ଟ୍ରକ୍‌ରେ ପିଟି ହେଲା କାର; ୧ ମୃତ, ୨ ଗୁରୁତର

କେଶଦୁରାପାଳ : ଘଷିପୁରା ଥାନା ଅନ୍ତର୍ଗତ ଏନ୍‌ଏଚ୍ ୨୦ ବୀର ଗୋବିନ୍ଦପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୋଟିଏ ଟ୍ରକ୍ ରଙ୍ଗରୁଟରେ ଆସି ଏକ କାର ସହ ଧକ୍କା ଦେବା ଫଳରେ କାରରେ ଥିବା ବିଭୁନ କୁମାର ସାହୁ, ବାପା ରବୀନ୍ଦ୍ର ନାଥ ସାହୁ ଓ ରବୀନ୍ଦ୍ର କୁମାର ସାହୁ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଘସିପୁରା ଦମକଳବାହିନୀ ପହିଁଞ୍ଚି ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବାବେଳେ ରବୀନ୍ଦ୍ର କୁମାର ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି। ଅନ୍ୟ ଦୁଇ ଜଣ ବିଭୁନ କୁମାର ସାହୁ,, ବାପା ରବୀନ୍ଦ୍ର ନାଥ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.