ସଡକ ଦୁର୍ଘଟଣାରେ ଜଣେ ମୃତ, ୨ଆହତ

ବାଙ୍କୀ : ବାଙ୍କୀ ଜାତମୁଣ୍ଡିଆ ରାସ୍ତାରେ ଶନିବାର ଅପରାହ୍ନରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ୨ ଜଣ ଆହତଙ୍କୁ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଶନିବାର ଆପାଚି ମଟରସାଇକେଲ ଓଡି.ଜିରୋ .ଟୁ .ଜେ୧୦୮୩ ଗାଡ଼ିରେ ବାଙ୍କୀରୁ କଟକ ଅଭିମୁଖେ ପାଟପୁର ଗ୍ରାମର ଶିବ ପ୍ରସାଦ ସାହୁ(୨୨), ମାନସ ସାହୁ (୩୦)ଓ ଢ°ସରରେ ରହୁଥିବା ନୟାଗଡ଼ର ବୁଟୁ(୩୦) ଯାଉଥିଲେ। ହଠାତ ଗାଡି ଭାରସାମ୍ୟ ହରେଇ ଜାତମୁଣ୍ଡିଆ ନିକଟରେ ଥିବା ବିଅର ବାର ନିକଟରେ ଏକ ଗଛରେ ଜୋରେ ମାଡ଼ ହୋଇଯାଇଥିଲା। ଯାହାଫଳରେ ଗାଡ଼ିଟି ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ତିନିଜଣ ଯାକ ଗାଡ଼ିରୁ ଛିଟିକି ରାସ୍ତାରେ ପଡିଯାଇଥିଲେ। ବୁଟୁର ମୁଣ୍ଡରେ ଅତ୍ୟଧିକ ଆଘାତ ହୋଇଥିବାରୁ ଘଟଣା ସ୍ଥଳରେ ମୁତ୍ୟୁ ହୋଇଥିବାବେଳେ ଶିବ ପ୍ରସାଦ ଓ ମାନସଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.