ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ, ୨ ଗୁରୁତର

ନରସିଂହପୁର : କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଏକ ବାଲି ବୋଝେଇ ଟ୍ରକ ଆସୁଥିବାବେଳେ ଟ୍ରକ୍ ପଛରେ ଏକ ବୁଲେଟରେ ଲେହେଙ୍ଗରୁ ନୁଖାପଡ଼ା ଛକକୁ ତିନି ଜଣ ଆସୁଥିଲେ। ସେହି ସମୟରେ କମଳାଦେଇପୁର ଛକରୁ ମୁଖ୍ୟ ରାସ୍ତାକୁ ପଦ୍ମପୁର ଗ୍ରାମର ଦୁଇ ଜଣ ଯୁବକ ବାଇକ୍ ଯୋଗେ ମୁଖ୍ୟ ରାସ୍ତାକୁ ବାହାରି ପଡ଼ିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍, ବୁଲେଟ୍ ଆରୋହୀ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକରେ ଆସୁଥିବା ଦୁଇ ଜଣଙ୍କ ସମେତ ଜଣେ ବୁଲେଟ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଗୁରୁତର ଦୁଇ ଜଣଙ୍କୁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.