ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଆଠମଲ୍ଲିକ : ଆଠମଲ୍ଲିକ କିଆକଟା ରାଜ୍ୟ ରାଜପଥ ଲାଉପାଳ ନାଳ ନିକଟରେ ବୁଧବାର ସକାଳ ୧ ୦ ଟା ୧୫ ମିନିଟ ସମୟରେ ଏକ ବାଇକ୍ ମାଧପୁର ଠାରୁ ଆଠମଲ୍ଲିକକୁ ଯାଉଥିବା ବେଳେ ଦୁର୍ଘଟଣଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଆଠମଲ୍ଲିକ ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ମୃତକଙ୍କ ନାମ ଛବି ପ୍ରଧାନ(୨୫) ବୋଲି ଜଣ ପଡିଥିବା ବେଳେ ତାଙ୍କ ଘର ଆଠମଲ୍ଲିକର କୈରିଘଣ୍ଟି ଗ୍ରାମରେ ବୋଲି ଜଣାପଡିଛି । ସେହିପରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସ୍ବାଧୀନ ସାହୁ (୧୩) ଘର ଚାରମାଳ ଥାନା ଅଞ୍ଚଳରେ ବୋଲି ଜଣାପଡିଛି।

Comments are closed.