ସଡକ ଦୁର୍ଘଟଣାରେ ଯୁବକ ମୃତ

କଲମପୁର — ଭବାନୀପାଟଣା ଗୁଣପୁର ମୁଖ୍ୟ ରାସ୍ତାର ସାଇସୁରନୀ ଗ୍ରାମ ନିକଟସ୍ଥ ଏକ ବୁଲାଣି ନିକଟରେ ମଟରସାଇକଲ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।
ଗୁଣପୁର ଖାକେସ ଗ୍ରାମର ଅଭିରାମ ନାଏକଙ୍କ ୩୦ ବର୍ଷିୟ ପୁଅ ମନୋରଞ୍ଜନ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଭବାନୀପାଟଣା ଠାରେ ଥିବା ନିଜ ଶାଶୁଙ୍କ ଘରୁ ନିଜ ଘର ଖାକେସକୁ ଆସୁଥିଲେ । ଏହି ବୁଲାଣିରେ ମଟରସାଇକଲ ଉପରୁ ନିୟନ୍ତ୍ରଣ ହରାଇବାରୁ ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଶବକୁ ବ୍ୟବଛେଦକରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Comments are closed.