ଘାଟି ତଳକୁ ଖସିଲା ଗାଡ଼ି; ଜଣେ ମୃତ, ୬ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଆସୁଥିବାବେଳେ ଗାଡିର ବ୍ରେକ୍ ଫେଲ ହେଇଯିବାରୁ ଗାଡିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଖାଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Comments are closed.