ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ସାମଜିକ ବିପର୍ଯ୍ୟୟ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ୩ ଦିନିଆ ସାମାଜିକ ବିପର୍ଯ୍ୟୟ ସ୍ବେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାକାର୍ଯ୍ୟକୁ ଉଦଘାଟନ କରିବାସହିତ ସ୍ବେଚ୍ଛାସେବୀ ମାନଙ୍କୁ ସାମାଜିକ ଜୀବନରେ କିପରି ଭାବେ ଭଲ କାର୍ଯ୍ୟକରି ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନ ସୁରକ୍ଷା କରାଯାଇପାରିବ ସ୍ବେଚ୍ଛାସେବୀ ମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷକ ଭାବରେ ସୁମନ୍ତ ଦାସ ଓ ପ୍ରଶାନ୍ତ ସେଠୀ ସ୍ବେଚ୍ଛାସେବୀ ମାନଙ୍କୁ ସାମାଜି ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି ୩ଦିନ ଚାଲିଥିବା ପ୍ରଶିକ୍ଷଣ ଶିବିରକୁ କଲେଜ ଯୁବ ରେଡକ୍ରସ ପରାମର୍ଶଦାତା ପ୍ରବୀଣ କୁମାର ସାହୁ ପରିଚାଲନା କରିଥିଲେ। ଛାତ୍ର ସିଦ୍ଦାର୍ଥ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.