‘ପାହାଡ଼ିଚିତ୍ତା’ ଗ୍ୟାଙ୍ଗର ୨ ସଦସ୍ୟ ଗରିଫ

ରାଉରକେଲା: ସୁନ୍ଦରଗଡ଼ ଜିଲାର ପୁଲିସକୁ ବଡ଼ ସଫଳତା ମିଳିଛି। ରାୟବଗା ଥାନା ଅଞ୍ଚଳରେ ‘ପାହାଡ଼ିଚିତ୍ତା’ ଗ୍ୟାଙ୍ଗ ସଦସ୍ୟଙ୍କ ସହ ଗୁଳି ବିନିମୟ ହେବାରେ ଦୁଇଜଣଙ୍କ ଗିରଫ କରାଯିବା ସହିତ ବହୁ ମାରଣାସ୍ତ୍ର ଜବତ କରାଯାଇଛି।
ବୀରମିତ୍ରପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ଗୁରୁବାର ବିଳମ୍ବିତ ରାତିରେ ଚଢ଼ାଉ କରାାଇଥିଲା। ଏଥିରେ ରାଜୁ କିଣ୍ଡୋ ଓ ସାନମୁନୁ ସାହୁଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୭ ପିସ୍ତଲ, ଗୋଟିଏ କାର୍ବାଇନ୍‌, ୨ଟି ଜୀବନ୍ତ କାଟ୍ରିଜ୍‌ ଏବଂ ନଗଦ ୪ଲକ୍ଷ ୮୧ହଜାର ଟଙ୍କା ଜବତ କରାଯାଇଥିଲା। ରାଜୁ କିଣ୍ଡୋଙ୍କ ନାମରେ ବହୁ ଅପରାଧିକ ଓ ହତ୍ୟା ମାମଲା ବିଚାରଧୀନ ରହିଛି। ଏଥିନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ପିଏଲଏଫଆଇ ଏବଂ ଝାରଖଣ୍ଡ ବାଦଶାହ ସହ ସମ୍ପୃକ୍ତ ରାଜୁ କିଣ୍ଡୋ ଓ ସାନମୁନୁ ସାହୁ ଗିରଫ ହୋଇଥିବାବେଳେ ସେମାନେ ରାଇବଗା ଓ ବୀରମିତ୍ରପୁର ଥାନା ଅନ୍ତର୍ଗତ ଇଲାକାର ବହୁ ମାମଲା ରେ ସମ୍ପୃକ୍ତ ଥିଲେ ବୋଲି ସୁନ୍ଦରଗଡ ଏସପି ସାଗରୀକା ନାଥ ପ୍ରକାଶ କରିଛନ୍ତି।

Comments are closed.