‘ସମାଜ’ ପ୍ରଭାବ, ଶେଷରେ ଆରଏସପି କାଟିଲା ବିପଦସଙ୍କୁଳ ବୃକ୍ଷ

ସାରନଗରୀ: ପଥଚାରୀଙ୍କ ଉପରେ ଘନେଇଥିବା ଆସନ୍ନ ବିପଦ ଟଳିଲା। ଆରଏସପି ସହର ସେବା ବିଭାଗ ପକ୍ଷରୁ ଶେଷରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ଶେଷରେ ସେକ୍ଟର-୨୨(ସାରନଗରୀ) ମା’ ମଙ୍ଗଳା ଛକ ନିକଟରେ ଥିବା ଏକ ଶୁଖିଲା ୟୁକାଲିପଟାସ ବୃକ୍ଷକୁ ଗତ ଗୁରୁବାର ଦିନ ଆରଏସପି ସହରସେବା ବିଭାଗର କର୍ମଚାରୀମାନେ ଛେଦନ କରିଛନ୍ତି। ଉକ୍ତ ଶୁଖିଲା ବୃକ୍ଷଟି ବହୁ ବର୍ଷ ହେଲା ସେଠାରେ ବିପଦସଙ୍କୁଳ ଅବସ୍ଥାରେ ଥିଲା। ଏନେଇ ମା ମଙ୍ଗଳା ଛକରେ ବିପଦସଙ୍କୁଳ ଅବସ୍ଥାରେ ବୃକ୍ଷ’ ଶୀର୍ଷକ ଏକ ଖବର ‘ସମାଜ’ରେ ଗତ ସେପ୍ଟେମ୍ବର ୨୯ ତାରିଖରେ ପ୍ରକାଶ ପାଇଥିଲା।

ଖବର ପ୍ରକାଶନ ପରେ ଆରଏସପି ପକ୍ଷରୁ ବିହିତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଶେଷରେ ଉକ୍ତ ଶୁଖିଲା ବୃକ୍ଷକୁ ଛେଦନ କରାଯାଇଛି। ପ୍ରକାଶ ଥାଉକି, ଉକ୍ତ ଗଛଟି ରାସ୍ତା କଡ଼ରେ ଢଳି ରହିଥିଲା। ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବୟସ୍କ, ମହିଳା ଓ ବାଇକ ଚାଳକମାନେ ଯିବା ସମୟରେ ବହୁ ସତର୍କତା ଅବଲମ୍ବନ କରୁଥିଲେ। ମାତ୍ର ଏବେ ବୃକ୍ଷଟି ଛେଦନ ହେବା ପରେ ସାରନଗରୀ ବାସିନ୍ଦା ଏକ ପ୍ରକାର ଆଶ୍ୱସ୍ତି ଲାଭ କରିଛନ୍ତି। ଆରଏସପିର ଏଭଳି ତ୍ୱରିତ ଓ ଉଚିତମୂଳକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Comments are closed.