ଯୋର ପାଣି ପିଉଛନ୍ତି ଗ୍ରାମବାସୀ

ଘୁନସର: ସଇଁନ୍ତଲା ବ୍ଲକ କନ୍ଦକେଳଗାଁ ପଂଚାୟତ ବୁର୍ଡାମାଳ ଗାଁ ଲୋକ ବାଧ୍ୟ ହୋଇ ନଦୀନାଳର ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ୧୫୦ରୁ ଅଧିକ ଲୋକ ବସବାସ କରୁଥିବା ସେହି ଗ୍ରାମରେ ପାନୀୟ ଜଳ ସୁବିଧା ପାଇଁ ଗାଁରେ ୨ଟି ନଳକୂଅ ରହିଛି କିନ୍ତୁ ସେଥିରୁ ପାଣି ଭଲ ଭାବରେ ବାହାରୁ ନାହିଁ। ଫଳରେ ଗ୍ରାମବାସୀ ବାଧ୍ୟହୋଇ ଯୋର ପାଣି ପିଉଛନ୍ତି। ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଗାଁଟି ଅତ୍ୟତ ଘନ ଜଙ୍ଗଲ ପରିବେଷ୍ଟିତ ଅଂଚଳରେ ରହିଛି। ଟେଣୁ ପାଇପ ପାଣି ଯୋଗାଣ ମଧ୍ୟ ସମ୍ଭବ ହୋଇପାରୁନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।

Comments are closed.