ହୀରାକୁଦ : ବଢୁଛି ଜଳସ୍ତର, ୧୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସନ୍ଧ୍ୟା ଛଅଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୧୯. ୫୦ ଫୁଟ୍ ରହିଛି । ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୩ ହଜାର ୭୧୯ ଘନପୁଟ ଜଳ ପ୍ରବେଶ କରୁଥିବା ​ବେଳେ ୧୮ଟି ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୦ ହଜାର ୩୧୫ ଘନପୁଟ ଜଳ ନିଷ୍କାସିତ ହେଉଛି। ବାମ ପଟର ୧୨ଟି ଓ ଡାହାଣ ପଟର ୬ଟି ଗେଟ ଦେଇ ବନ୍ୟାଜଳ ଜଳ ନିଷ୍କାସିତ ହେଉଛି।

ଆଜି ସକାଳେ ୧୫ଟି ଗେଟ୍ ଖୋଲା ଥିବା ବେଳେ, ଜଳସ୍ତର ବୃଦ୍ଧି ଓ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ପୂର୍ବାହ୍ନରେ ଗୋଟିଏ ଏବଂ ଅପରାହ୍ନରେ ଆଉ ୨ଟି ମୋଟ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

Comments are closed.