ପୁଣି ବଢ଼ିଲା ଦର: ପେଟ୍ରୋଲ ୯୦, ଡିଜେଲ ୮୭

ଭୁବନେଶ୍ୱର: ତୈଳଦର କମିବାର ନାଁ ଧରୁନି। ୯ଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଉପରେ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଓ ଡିଜେଲ ଦର ୨୫ ପଇସା ମହଙ୍ଗା ହୋଇଛି। ଭୁବନେଶ୍ବର ସହରରେ ପେଟ୍ରୋଲରେ ୨୬ ପଇସା ଓ ଡିଜେଲରେ ୨୭ ପଇସା ଦର ବୃଦ୍ଧି ହୋଇଥିବା ଜଣାପଡିଛି। ଗତକାଲି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୮୯.୯୮ ପଇସା ଥିବା ବେଳେ ବୁଧବାର ୨୬ ପଇସା ବୃଦ୍ଧି ପାଇବା ଦ୍ବାରା ଦର ୯୦. ୨୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୮୬.୮୪ ପଇସା ଥିବା ବେଳେ ୨୭ ପଇସା ବୃଦ୍ଧି ପାଇବାରୁ ଲିଟର ପିଛା ଦର ୮୭.୧୧ ପଇସାରେ ବିକ୍ରୟ କରାଯାଉଛି।
ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଗତକାଲି ବ୍ୟାରେଲ ପିଛା ପ୍ରାୟ ୬୦ ଡଲାର ଥିବା ବେଳେ ବୁଧବାର ପ୍ରତି ବ୍ୟାରେଲ ପିଛା ୬୦.୪୫ ଡଲାର ହୋଇଛି। ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ମାର୍କେଟରେ ଅନ୍ୟାନ୍ୟ ସାମାଗ୍ରୀ ଦାମ ମଧ୍ୟରେ ବଢିବାରେ ଲାଗିଛି। ତୈଳ ଦର ଉପରେ ପରିବହନ କ୍ଷେତ୍ର ନିର୍ଭର କରୁଥିବାରୁ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏଥିସହିତ ପ୍ରିମିୟମ୍ ପେଟ୍ରୋଲ ଲିଟର ପିଛା ୯୩.୨୧ ପଇସା ରାଜଧାନୀରେ ହୋଇଛି।