ଅବକାରୀ ବିଭାଗର ଚଢଉ : ବ୍ୟାପକ ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧଜିଲାରେ ଅବକାରୀ ବିଭାଗ ପକ୍ଷରୁ  ବିଭିନ୍ନ ଜଙ୍ଗଲରେ ଲଗାତାର ଭାବରେ ଚଢଉ କରି ବେଆଇନ ଗଂଜେଇ ଚାଷ ନଷ୍ଟ କରାଯାଉଛି।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ତତ୍ୱାବଧାନରେ  ବୌ୍ଦ୍ଧ ଅବକାରୀ ବିଭାଗ ପକ୍ଷରୁ ବାଉଁଶୁଣୀ ଥାନା ଅନ୍ତର୍ଗତ ବ୍ରାହ୍ମଣିପାଲି ପଞ୍ଚାୟତର  ତାଳଗରୀ ଅଞ୍ଚଳର ଆଭ୍ୟନ୍ତରୀଣ ଜଙ୍ଗଲରେ ଚଢଉ କରି ୨୧ ଏକର ଜାଗାରେ ହୋଇଥିବା ୬୩ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ସହାୟତାରେ କଟର ମେସିନ ସାହାଯ୍ୟରେ ଗଂଜେଇ ଗଛ କାଟି ନଷ୍ଟ କରିବା ସହ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଡି ଦିଆଯାଇଥିଲା। ନଷ୍ଟ କରାଯାଇଥିବା ଗଂଜେଇଗଛର ଆନୁମାନିକ ମୁଲ୍ୟ ୬ କୋଟି ୩୦ ଲକ୍ଷ ଟଙ୍କା  ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ସୂଚନା ଦିଆଯାଇଛି। ଚଢଉରେ ଏକଜୁଟିଭ ମାଜିଷ୍ଟ୍ରେଟ ଭାବରେ ତ୍ରିଦେବ ରଥ ଯୋଗ ଦେଇଥିବାବେଳେ  ଅବକାରୀ ଇନିସପେକଟର ବିଜୟ କୁମାର ଧରୁଆ, ସବ  ଇନିସପେକଟରେ  ରମେଶ ଚନ୍ଦ୍ର ମହାନ୍ତି,ଭଗବାନ ମହାନନ୍ଦିଆ,ଏଏସଆଇ ପରମାନନ୍ଦ ଭୋଇ,  ରୂପେଶ ମୁଖି , କନେଷ୍ଠବଳ ଶେଖ ଅବୁତାହାର,ନବୀନ କୁମାର ଡାଙ୍ଗ,ରାଜକିଶୋର କହଁର ପଞ୍ଚମି ବେହେରା  ଓ ଅଂଜଳି ଅମାତ ସାମିଲ ଥିଲେ ।

Comments are closed.