ବୈଜ୍ଞାନିକ କାରଣ ସହ ଜଡିତ ଗୋଡ ମୁଦି

ବିବାହିତ ମହିଳାମାନେ ପାଦର ଆଙ୍ଗୁଠୀରେ ମୁଦି ପିନ୍ଧି ଥାଆନ୍ତି। ଏହାକୁ ପାଦର ଦୁଇଟି କିମ୍ବା ତି​‌ନୋଟି ଆଙ୍ଗୁଠୀରେ ପିନ୍ଧାଯାଏ। ଏହା ସଧବା ନାରୀଙ୍କ ଆଭୂଷଣ ଅଟେ। କେବେ ପାଦ ଆଙ୍ଗୁଠୀରେ ସୁନା ଧାରଣ କରିବା ଉଚିତ ନୁହେଁ। ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ। ରୂପା ଚନ୍ଦ୍ରଙ୍କ କାରକ ଅଟେ। ମହିଳାମାନେ ଗୋଡ ମୁଦି କେବଳ ବିବାହିତ ହେବାର ସଙ୍କେତ ଦେଇ ନଥାଏ ,ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହାକୁ ପିନ୍ଧିବା ଦ୍ବାରା ମହିଳା ସୁସ୍ଥ ରହିଥାଆନ୍ତି।
ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବା ଦ୍ବାରା ଏହା ପାଦର ତଳ ଭାଗରୁ ଆରମ୍ଭ କରି ନାଭି ପର୍ୟ୍ୟନ୍ତ ସମସ୍ତ ଶିରା ଓ ମାଂସପେଶୀୟକୁ ସନ୍ତୁଳିତ କରି ରଖିଥାଏ।  ଏହାସହ ରକ୍ତଚାପର ସମସ୍ୟା ମଧ୍ୟ ସମ୍ଭବତଃ କମ ହୋଇଥାଏ। ଏହାସହ ରକ୍ତ ସଠିକ ଭାବେ ପ୍ରବାହିତ ହୋଇଥାଏ।

ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି। ରୂପାର ମୁଦି ପାଦରେ ଧାରଣ କରିବା ଦ୍ବାରା ଶରୀରକୁ ଶୀତଳତା ପ୍ରାପ୍ତି ହୋଇଥାଏ। ଏହାସହ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ରୂପାର ଗୋଡ ମୁଦି ଧାରଣ କରିବା ଦ୍ବାରା ତାହା ମହିଳାଙ୍କୁ ନକରାତ୍ମକ ଶକ୍ତି ଠାରୁ ଦୂରେଇ ରଖେ। ଏହାସହ ମାନସିକ ଚିନ୍ତାରୁ ଯଥା ସମ୍ଭବ ମୁକ୍ତି ମିଳିଥାଏ। ମାଛ ଆକୃତିର ଗୋଡ ମୁଦି ଧାରଣ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଇଛି।

ପାଦରେ ସୁନା ଧାରଣ କରିବା ଅନୁଚିତ୍ :

ସୁନାକୁ ଅତ୍ୟନ୍ତ ପବିତ୍ର କୁହାଯାଇଛି। ଏହାସହ ସୁନା ଅତ୍ୟନ୍ତ ମୂଲ୍ୟବାନ ମଧ୍ୟ ହୋଇଥାଏ। ସୁନା ଧାରଣ କରିବା ଦ୍ବାରା ଆପଣଙ୍କ ଭାଗ୍ୟର ଉନ୍ନତି ହୋଇଥାଏ। ତେଣୁ ସୁନା ପିନ୍ଧିବା ବେଳେ ଧ୍ୟାନର ସହ ଏହାକୁ ଧାରଣ କରିବା ଉଚିତ।

ସୁନାକୁ କେବେ ପାଦରେ ପିନ୍ଧନ୍ତୁ ନାହିଁ। ଏହା ପବିତ୍ର ଧାତୁ ହୋଇଥିବାରୁ ତାହାର ପାଉଁଜି କିମ୍ବା ଗୋଡ ମୁଦି ଧାରଣ କରିବାକୁ ବାରଣ କରାଯାଇଛି। ଏହାଦ୍ବାରା ବୃହସ୍ପତି ଗ୍ରହ ପ୍ରଭାବିତ ହୋଇଥାଆନ୍ତି। ପାଦରେ ସୁନା ପିନ୍ଧିବା ଦ୍ବାରା ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

 

Comments are closed.