ପୂଜା-ପାଠ ବେଳେ ଏହି ଦିଗ ପ୍ରତି ଧ୍ୟାନ ଦେଲେ ମିଳିଥାଏ ସମ୍ପୂର୍ଣ୍ଣ ଫଳ

କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିମ୍ବା କାର୍ଯ୍ୟରେ ସଫଳତା ପାଇବା ପାଇଁ ଲୋକେ ଘରେ ଅନେକ ପୂଜା-ପାଠ କରାଇ ଥାଆନ୍ତି। ହେଲେ ପୂଜା-ପାଠର ସଠିକ୍‍ ଉପାୟ ନଜାଣିଲେ ପୂଜା ବ୍ୟର୍ଥ ହୋଇଥାଏ ତଥା କୌଣସି ଫଳ ମିଳି ନଥାଏ। ତେବେ ଚାଲନ୍ତୁ ଜାଣିବା ପୂଜା-ପାଠ ଓ ଜପର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ –

– ଘରେ ପୂଜା-ପାଠ କରିବା ସମୟରେ ଶ୍ୱେତ ଗୋଲାପୀ କିମ୍ବା ହାଲୁକା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ।
– ସର୍ବଦା ଲାଲ୍‍ କିମ୍ବା ହଳଦିଆ ଆସନ ଉପରେ ବସି ମନ୍ତ୍ର ଜପ କରନ୍ତୁ।
– ସର୍ବଦା ନାଲି ଚନ୍ଦନ ମାଳା କିମ୍ବା ରୁଦ୍ରାକ୍ଷ ମାଳା ଦ୍ୱାରା ହିଁ ଜପ କରିବା ଉଚିତ।
– ଜପ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶ କିମ୍ବା ନିଜ ଗୁରୁ ଓ ନିଜ ଇଷ୍ଟଙ୍କୁ ସ୍ମରଣ କରିବା ଉଚିତ। ଏହାପରେ ହିଁ ଜପ ଆରମ୍ଭ କରନ୍ତୁ।

Comments are closed.