ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ରିୟା

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଗିରଫ କରିଛି ଏନସିବି । ଗିରଫ ପରେ ରିଆଙ୍କୁ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁଠି ଅଦାଲତ ରିୟାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଯାହାପରେ ରିୟାଙ୍କ ଓକିଲ ଜାମିନ୍ ପାଇଁ ଆବେଦନ କରିଥିଲେ । ଲମ୍ବା ଶୁଣାଣି ପରେ ଅଦାଲତ ରିୟାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।

ତେବେ ବୁଧବାର ସକାଳେ ରିୟାଙ୍କୁ ବାଇକୁଲ୍ଲା ଜେଲକୁ ପଠାଯିବ। କାରଣ ସୂର୍ଯ୍ୟାସ୍ତ ପରେ ଜେଲର ପ୍ରବେଶ ବନ୍ଦୀମାନଙ୍କୁ ଗଣିବା ପରେ ଏବଂ ସେମାନଙ୍କୁ ବ୍ୟାରେକ ପଠାଇବା ପରେ ବନ୍ଦ ହୋଇଯାଏ । ଏହି କାରଣରୁ ରିୟା ଆଜି ରାତି  ଏନସିବିର ସେଲରେ ରହିବେ । କାଲି ସକାଳୁ ରିୟାଙ୍କୁ ଜେଲକୁ ପଠାଯିବ। ଅନ୍ୟପକ୍ଷେ ରିଆଙ୍କ ରିମାଣ୍ଡ ନେଇ କୌଣସି ଅପିଲ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏନସିବି ଅଧିକାରୀ । ରିଆଙ୍କ ବିରୋଧରେ ପର୍ୟ୍ୟାପ୍ତ ପ୍ରମାଣ ଥିବା କହିଛି ଏନସିବି ।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଧାରା ୮ (C), ୨୭ (A), ୨୯, ୨୦ (B) ଏବଂ ୨୮ ଅନୁଯାୟୀ ଗିରଫ କରିଛି। ଏନସିବି କହିଛି ଯେ ଆମର ପ୍ରମାଣ ଅଛି ତେଣୁ ରିୟାଙ୍କୁ ଗିରଫ କରାଯାଇଛି। ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ମୋଟ ୧୦ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଯେଉଁଥିରେ ଅଭିନେତ୍ରୀଙ୍କ ଭାଇ ଶୋଭିକ୍ ମଧ୍ୟ ଅନ୍ତର୍ଭୁକ୍ତ |
ଏନସିବି ରିୟାଙ୍କ ନ୍ୟାୟିକ ହେପାଜତ ମାଗିଥିଲେ। ଏନସିବି ୨୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଚାହୁଁଥିଲା, ଯାହା କୋର୍ଟଙ୍କ ଦ୍ୱାରା ଅନୁମୋଦନ ହୋଇଛି। ଏନସିବିର ରିମାଣ୍ଡ କପିରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ। ଏଥି ସହିତ ରିୟା ନିଜେ ଡ୍ରଗ୍ସ ନେଇଥିବା କଥା ସ୍ୱୀକାର କରିନାହାଁନ୍ତି। ରିମାଣ୍ଡ କପିରେ ଦର୍ଶାଯାଇଛି ଯେ ରିୟାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଡ୍ରଗ୍ ସିଣ୍ଡିକେଟ୍ ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି।

Comments are closed.