ସୁରକ୍ଷା ଲୋଡ଼ିଲେ ରିୟା

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ନିଜର ଓ ପରିବାରର ସୁରକ୍ଷା ନିମନ୍ତେ ମୁମ୍ବଇ ପୁଲିସର ସହଯୋଗ ଲୋଡିଛନ୍ତି। ଗୁରୁବାର ରିୟା କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ବିରୋଧରେ ଅନେକ ଅଭିଯୋଗ କରାଯାଉଛି। ଏଥିପାଇଁ ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଅନୁଭବ କରୁଛନ୍ତି। ନିଜ ପ୍ରତି ବିପଦ ଥିବା ସମ୍ପର୍କରେ ରିୟା ସୋସିଆଲ ମଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ଘର ପରିସରରେ ଜନଗହଳି ଦେଖାଯାଇଛି। ଏହା ସହିତ ସିବିଆଇ ଓ ଇଡିର ତଦନ୍ତରେ ସହଯୋଗ ନିମନ୍ତେ ସେମାନଙ୍କୁ ଅନେକ ସମୟରେ ବାହାରକୁ ଯିବାକୁ ପଡୁଥିବା ରିୟା କହିଛନ୍ତି। ଏହା ସହିତ ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟକୁ ମଧ୍ୟ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ଜଣାଇଥିବା ରିୟା କହିଛନ୍ତି।

Comments are closed.