୬ ରାଜ୍ୟର ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ; ସେପେମ୍ବର ୧୩ରେ ଏନଇଇଟି ପରୀକ୍ଷା ନିର୍ଦେଶ

ନୂଆଦିଲ୍ଲୀ: ପଞ୍ଜାବ, ଝାରଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏନଇଇଟି-ଜେଇଇ ପ୍ରବେଶିକା ପରୀକ୍ଷା ବାତିଲ ନିମନ୍ତେ ହୋଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ରାଜ୍ୟଗୁଡ଼ିକରେ ଅନ୍ୟ ରାଜ୍ୟ ପରି ଜେଇଇ ଓ ଏନଇଇଟି ପରୀକ୍ଷା କରାଯିବ । ଜେଇଇ ମୁଖ୍ୟ ପରୀକ୍ଷା ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇ ସାରିଛି ଏବଂ ଆସନ୍ତା ୧୩ ତାରିଖରେ ଏନଇଇଟ ପରୀକ୍ଷା ହେବ ।

ପୂର୍ବରୁ ସୁପ୍ରିମକୋର୍ଟ ଅଗଷ୍ଟ ୧୭ ତାରିଖରେ ପରୀକ୍ଷା କରାଯିବା ନେଇ ରାୟ ଶୁଣାଇଥିଲେ । ଏହାକୁ ବିରୋଧ କରି ୬ ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ରାୟର ପୁନର୍ବିଚାର କରିବା ନିମନ୍ତେ ୨୮ ଅଗଷ୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏଥିରେ କୁହାଯାଇଥିଲା କରୋନା ଯୋଗୁଁ ବିଭିନ୍ନ ରାଜ୍ୟଗୁଡ଼ିକରେ ସମସ୍ୟା ସୃଷ୍ଟି ହୋଇଛି । ବନ୍ୟା ଓ ମହାମାରୀ ଯୋଗୁଁ ଚଳିତ ବର୍ଷ ପରୀକ୍ଷା ବାତିଲ କରିବାର ଆବଶ୍ୟକତା ରହିଛି । ମାତ୍ର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କରୋନା ମାର୍ଗଦର୍ଶିକା ପାଳନ କରିବା ସହ ଏନଟିଏ (ନେସନାଲ ଟେଷ୍ଟିଂ ଏଜେନ୍ସି) ଗତ ୧ ତାରିଖରୁ ବିଭିନ୍ନ ରାଜ୍ୟରେ ଜେଇଇ ମେନ୍ ପରୀକ୍ଷା ଗତ ୧ ତାରିଖରୁ ଆରମ୍ଭ କରି ଦେଇଛନ୍ତି । ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନୁରୂପ ଭାବରେ ଡ଼ାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ହେବାକୁଥିବା ଏନଇଇଟ ପରୀକ୍ଷା ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ।

Comments are closed.