ଖୁଚୁରା ମୁଦ୍ରାସ୍ଫୀତି ୬.୭୧%କୁ ଖସିଲା

ନୂଆଦିଲ୍ଲୀ : ଦେଶରେ ଉପଭୋକ୍ତା ମୂଲ୍ୟସୂଚୀ ଭିତ୍ତିକ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ଜୁଲାଇ ମାସରେ ୬.୭୧%କୁ ହ୍ରାସପାଇଛି। ଜୁନରେ ଏହା ୭.୦୧% ରହିଥିଲା। ଏହାସତ୍ତ୍ବେ ଗତ ସାତମାସ ହେଲା ମୁଦ୍ରାସ୍ଫୀତି ସ୍ତର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥିରୀକୃତ ସ୍ତର ୬%ରୁ ଊର୍ଦ୍ଧ୍ବରେ  ରହିଆସୁଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ଶୁକ୍ରବାର ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ ୨୦୨୨ ଜୁଲାଇରେ ଖାଦ୍ୟ ସାମଗ୍ରୀର ମୂଲ୍ୟସ୍ଫୀତି ୬.୭୫% ହୋଇଛି, ଯାହା ଜୁନରେ ୭.୭୫% ରହିଥିଲା। ସାମଗ୍ରିକ ଭାବରେ ମୁଦ୍ରାସ୍ଫୀତି ସ୍ତର ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ଆରବିଆଇ ଦ୍ୱାରା ସ୍ଥିରୀକୃତ ସ୍ତର ୬%ରୁ ଉପରେ ରହିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।
ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଇତିମଧ୍ୟରେ ରେପୋ ରେଟ୍‍ ୧୪୦ ବେସିସ ପଏଣ୍ଟ ବୃଦ୍ଧିକରି ତାହାକୁ ୫.୪% କରିସାରିଛି ଏବଂ ଆଗାମୀ ମାସରେ ଏଥିରେ ପୁନଃ ବୃଦ୍ଧି ଘଟିପାରେ।

Comments are closed.