ଖୋଲିବ ବାର୍, ରେସ୍ତୋରାଁ ; ଏଣିକି ଗ୍ରାହକମାନେ ସେଠାରେ ବସି ଭୋଜନ ଓ ପାନୀୟ ଗ୍ରହଣ କରିପାରିବେ

ଭୁବନେଶ୍ୱର: ଅନ୍ଲକ୍ ୪.୦ରେ ସରକାର କରୋନା କଟକଣା କୋହଳ କରିଥିବାବେଳେ ରେସ୍ତୋରାଁ ଓ ବାର୍ ଖୋଲିବା ପାଇଁ ଘୋଷଣା କରାଯାଇଛି। ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଏନେଇ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘକୁ ପତ୍ର ଲେଖି ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ ଆସନ୍ତା କାଲି ଠାରୁ ରାଜ୍ୟର ସବୁ ସ୍ଥାନରେ ହୋଟେଲ, ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବ। ଗ୍ରାହକମାନେ ସେଠାରେ ବସି ଭୋଜନ ଓ ପାନୀୟ ଗ୍ରହଣ କରିପାରିବେ। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥା ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ଜାରି କରିଥିବା କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବା ଜରୁରୀ। ପରିମଳ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଆଦି ନିୟମ ପାଳନ କରାଯିବ ବୋଲି କୁହାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍ରେ ରେଷ୍ଟୁରାଣ୍ଟ ଓ ବାର୍ ଖୋଲାଯିବ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ।