କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ କଟକଣା

କଟକ : କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ ଏ ସଂପର୍କରେ ସୂଚନା ଦେଇ ଦଶହରା ଭଳି କାଳୀପୂଜା ପାଇଁ କଟକଣା ଜାରି ରହିବ ବୋଲି କହିଛନ୍ତି। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ଏବଂ ନୃତ୍ୟଗୀତ ଓ ଭ​ଷାଣ ପାଇଁ କଟକଣା ଜାରି କରାଯାଇଛି।

ଭ​ଷାଣରେ ପୂଜା କମିଟିରୁ ସର୍ବାଧିକ ୭ ଜଣ ଭାଗ ନେଇ ପାରିବେ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀ  ବ୍ୟବସ୍ଥା କରାଯାଇଛି। କାଳୀପୂଜା ଓ ଦୀପାବଳି ପାଇଁ ୧୫ ପ୍ଲାଟୁନ ପୁଲିସ ମୁତୟନ ହେବେ ବୋଲି ଡିସିପି  କହିଛନ୍ତି।

Comments are closed.