ରଦ୍ଦ ହେଲା ଆଉ ଏକ ବ୍ୟାଙ୍କ ଲାଇସେନ୍ସ; ଲକ୍ଷଲକ୍ଷ ଜମାକାରୀଙ୍କ ଅର୍ଥ ମିଳିବା ନେଇ ରହିଛି ଏହି ବ୍ୟବସ୍ଥା

ଦେଶର ଅନ୍ୟଏକ ପୁରାତନ ଅର୍ଥାତ୍ ୧୦୫ ବର୍ଷର ବ୍ୟାଙ୍କ ଲାଇସେନ୍ସ  ରିଜର୍ଭ ବ୍ୟଙ୍କ ରଦ୍ଦ କରି ଦେଇଛି । ଏହି ବ୍ୟାଙ୍କର ନାଁ ହେଲା କରଦ ଜନତା ସହକାରୀ ବ୍ୟାଙ୍କ । ଏହା ମହାରାଷ୍ଟ୍ରରେ ଅବସ୍ଥିତ । ପୁଞ୍ଜି ଅଭାବ ଏବଂ ସ୍ୱଳ୍ପ ରୋଜଗାର ହେତୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆରବିଆଇ କହିଛି। ଏବେଠାରୁ ଏହି ବ୍ୟାଙ୍କ ବ୍ୟାଙ୍କିଙ୍ଗ ବ୍ୟବସାୟ କରିବାରେ ସକ୍ଷମ ହେବ ନାହିଁ । ତେବେ ବ୍ୟାଙ୍କ ଲାଇସେନ୍ସ ବାତିଲ ହେବା ପରେ ଜମାକାରୀ ସେମାନଙ୍କର ଅର୍ଥ ଫେରି ପାଇବେ ନା ନାହିଁ ତାହା ଆସନ୍ତୁ ଜାଣିବା ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସୂଚନା ଅନୁସାରେ ଏହି ବ୍ୟାଙ୍କରେ ଜମାକାରୀ ରଖିଥିବା ଅର୍ଥ ଫେରସ୍ତ କରାଯିବ । କିନ୍ତୁ ସର୍ତ ଅନୁସାରେ ଜମାକାରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଏହି ଦେୟ ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଦ୍ୱାରା କରାଯିବ । ଏହି ପ୍ରକ୍ରିୟା ଅନୁଯାୟୀ, ବ୍ୟାଙ୍କର ୯୯ ପ୍ରତିଶତ ଜମାକାରୀ ସେମାନଙ୍କର ସମ୍ପୂର୍ଣ୍ଣ ଜମା ଫେରସ୍ତ  ପାଇବେ । ତେବେ ଏଥିପାଇଁ ଗ୍ରାହକଙ୍କୁ କିଛି ସମୟ ଧୈର୍ଯ୍ୟ ଧରିବାକୁ ପଡ଼ିବ । ଜମାକାରୀ ସେମାନଙ୍କର ଅର୍ଥ ପାଇବେ ଓ ରିଜର୍ଭବ୍ୟାଙ୍କ ଗାଇଡ଼୍ ଲାଇନ ଅନୁସାରେ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ଡ଼ିଆଇସିଜିସି ନିୟମ ଅନୁସାରେ ଯଦି କୌଣସି  ବ୍ୟାଙ୍କ ବୁଡ଼ିଯାଏ ତେବେ ସରକାର ବ୍ୟାଙ୍କର ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେବେ।

Comments are closed.