ସରକାରଙ୍କ ଆର୍ଥିକ ବିଜ୍ଞତା ପ୍ରତି କୌଣସି ସନ୍ଦେହ ନାହିଁ – ଶକ୍ତିକାନ୍ତ

ନୂଆଦିଲ୍ଲୀ: କର୍ପୋରେଟ୍‍ ଟ୍ୟାକ୍ସ ହ୍ରାସ ଜରିଆରେ ସରକାରଙ୍କ ଆର୍ଥିକ ବିଜ୍ଞତା ପ୍ରତି କୌଣସି ସନ୍ଦେହ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ଶକ୍ତିକାନ୍ତ କହିଛନ୍ତି, ରାଜସ୍ୱ ଆଦାୟ ପାଇଁ ସରକାରଙ୍କ ସକାଶେ ଅନେକ ଉତ୍ସ ରହିଛି ଏବଂ ୧୪୫ଲକ୍ଷ କୋଟି ଟଙ୍କା ରାଜସ୍ୱ ହ୍ରାସ ଭରଣା କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଆକାରରେ ୩୦ହଜାର କୋଟି ଦେୟ ପାଇଁ ସରକାରଙ୍କ ଦାବି ସଂକ୍ରାନ୍ତରେ ସେ କହିଛନ୍ତି, ଏ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ଦାବି ଉପସ୍ଥାପନ କରାଯାଇ ନାହିଁ।

ସମ୍ପ୍ରତି ପି.ଏମ୍‍.ସି. ବ୍ୟାଙ୍କ୍‍ ହେରଫେର୍‍ ସଂକ୍ରାନ୍ତରେ ଶକ୍ତିକାନ୍ତ କହିଛନ୍ତି, ଏ ନେଇ କୌଣସି ଆଶଙ୍କା ସୃଷ୍ଟି ହେବାର କାରଣ ନାହିଁ। କୌଣସି ଗୋଟିଏ ବ୍ୟାଙ୍କର ଏଭଳି ଘଟଣାକୁ ନେଇ ଭାରତୀୟ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା ଓ ସମବାୟ ବ୍ୟାଙ୍କ୍‍ କ୍ଷେତ୍ର ମଜଭୁତ ନାହିଁ ବୋଲି ଭାବିବା ଠିକ୍‍ ନୁହେଁ।

Comments are closed.