ନିର୍ବାଚନ ସ୍ଥାନ ସଂରକ୍ଷଣ ପାଇଁ ତୃତୀୟ ଲିଙ୍ଗୀଙ୍କ ଦାବି

ଭୁବନେଶ୍ବର: ମହିଳା,ପଛୁଆବର୍ଗଙ୍କ ପରି ତୃତୀୟ ଲିଙ୍ଗୀଙ୍କ ପାଇଁ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ତୃତୀୟ ଲିଙ୍ଗୀଙ୍କର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଅଗ୍ରହ ଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଥିବାରୁ ଭାଗ ନେଇପାରୁନାହାନ୍ତି। ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ରଖିବା ପାଇଁ ‘ଟିଜି ସୁରକ୍ଷା ଟ୍ରଷ୍ଟ’ ଦାବି ଉଠାଇଛି। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡାକି ଏଥିରେ ତୃତୀୟ ଲିଙ୍ଗୀଙ୍କ ପାଇଁ କିଭଳି ନିର୍ବାଚନରେ ସ୍ଥାନ ସଂରକ୍ଷଣ କରାଯାଇପାରିବ ଆଲୋଚନା କରାଯିବା ସହ ପଦକ୍ଷେପ ନେବାକୁ ଦାବି କରାଯାଇଛି। ତୃତୀୟ ଲିଙ୍ଗୀଙ୍କ ଦ୍ବାରା ଗଠିତ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ତାଲିମ ଓ ଆର୍ଥିକ ସହାୟତା ପ୍ରଦାନ, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ତୃତୀୟ ଲିଙ୍ଗୀ ବୋର୍ଡ଼ ଗଠନ କରିବାର ବ୍ୟବସ୍ଥା କରିବାକୁ ଟିଜି ସୁରକ୍ଷା ଟ୍ରଷ୍ଟ ସଭାପତି ମେନକା ଅନୁରୋଧ କରିଛନ୍ତି।

Comments are closed.