ନିଖୋଜ ଶିଶୁପୁତ୍ର ଉଦ୍ଧାର ; ପରିବାରକୁ ହସ୍ତାନ୍ତର କଲା ପୁଲିସ

ପିପିଲି : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ୧୦ ବର୍ଷୀୟ ଶିଶୁପୁତ୍ରକୁ ପିପିଲି ପୁଲିସ ସାତଶଙ୍ଖ ବଜାରରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ।

ସୂଚନା ଅନୁଯାଇ, ଶନିବାର ବିଳମ୍ବିତ ରାତିରେ ସାତଶଙ୍ଖ ବଜାରରେ ଉକ୍ତ ଶିଶୁପୁତ୍ର ଜଣକ ଏକୁଟିଆ ଭୟବୀତ ଅବସ୍ଥାରେ ବୁଲୁଥିବା ସଂପର୍କରେ ପୁଲିସକୁ ଖବର ମିଳିଥିଲା । ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାଶ ପ୍ରମୁଖ ଉକ୍ତ ଶିଶୁକୁ ଉଦ୍ଧାର କରି ପିପିଲି ଥାନାକୁ ଆଣିଥିଲେ । ସେଠାରେ ଶିଶୁପୁତ୍ରର ଉପଯୁକ୍ତ ଯତ୍ନ ନିଆଯିବା ସହ ତାର ପରିବାରକୁ ଖବର ଦିଆଯାଇଥିଲା । ନାବାଳକର ବାପା ପିପିଲି ଥାନାରେ ପହଞ୍ଚିବା ପରେ ଉକ୍ତ ଶିଶୁପୁତ୍ରକୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ଉକ୍ତ ଶିଶୁ ଜଣକ ଗତକାଲି ଅପରାହ୍ନରୁ ଘରୁ ନିଖୋଜ ଥିବା ଏସ୍‍ଡିପିଓ ସୂଚନା ଦେଇଛନ୍ତି ।

Comments are closed.