୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ଆସନ୍ତାକାଲି ସାନି ମତଦାନ

ଭୁବନେଶ୍ବର : ରାଜ୍ୟର ୧୦ଟି ଜିଲ୍ଲାର ୩୪ଟି ଭୋଟ୍‍ ଗ୍ରହଣ କେନ୍ଦ୍ରରେ ରବିବାର(ଆସନ୍ତାକାଲି) ସାନି ମତଦାନ ହେବ। ବରୀର ୫ଟି ବୁଥ୍, ବାରିପଦା, ମାହାଙ୍ଗା ଓ ଆଠଗଡ଼ରେ ୪ଟି ଲେଖଁଏ ବୁଥ୍, ଜଳେଶ୍ବର, ବ୍ରହ୍ମଗିରି ଓ ବିଞ୍ଝାରପୁରରେ ୨ଟି ଲେଖାଁଏ ବୁଥ୍, ବଡ଼ମ୍ବା, ଦେବଗଡ, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ବର ମଧ୍ୟ, ଧର୍ଶାମଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରଦ୍ବୀପରେ ଗୋଟିଏ ଲେଖାଁଏ ବୁଥରେ ସାନି ମତଦାନ ହେବ।

ଯେଉଁ ୩୪ଟି ଭୋଟଗ୍ରହଣ କେନ୍ଦ୍ରରେ ପୁନଃ ମତଦାନ ହେବ, ସେଗୁଡ଼ିକ ମଧ୍ୟରୁ ୧୨ଟି ଭୋଟ୍‍ଗ୍ରହଣ କେନ୍ଦ୍ରରେ  ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ୨୨ଟି ଭୋଟ୍‍ ଗ୍ରହଣ କେନ୍ଦ୍ରରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହୋଇଥିଲା। ବିଭିନ୍ନ କାରଣରୁ ଅନିମିତ୍ତତା ଓ ତ୍ରୁଟି ଯୋଗୁଁ ଏହି ସବୁ ବୁଥରେ ସାନି ମତଦାନ ହେବ।

ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଭାରତୀୟ ନିର୍ବାଚନ କମିଶନଙ୍କ ସୁପାରିଶ ଅନୁସାରେ ୧୦ଟି ଜିଲ୍ଲାର ଭିନ୍ନ ଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁନଃ ମତଦାନ ହେବ।

Comments are closed.