ଆଜି ଖୋଲିଲା ନନ୍ଦନକାନନ

ଭୁବନେଶ୍ବର : ବାତ୍ୟା ‘ଫନି’କୁ ୧୯ ଦିନ ବିତି ଯିବା ପରେ ମଙ୍ଗଳବାର ଦିନ ପର୍ଯ୍ୟଟକଙ୍କ ନିମନ୍ତେ ନନ୍ଦନକାନନ ଖୋଲିଛି। ‘ଫନି’ ବାତ୍ୟାରେ ନନ୍ଦନକାନନ ପରିସରରେ ବହୁ ଗଛ କ୍ଷତିଗ୍ରସ୍ତ ହୋଇ ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇଥିଲା। ଏନଡିଆରଏଫ ଓ ଓଡିଆରଏଫର ମିଳିତ ସହଯୋଗରେ ପଶୁପକ୍ଷୀଙ୍କ ଖୁଆଡରୁ ଗଛ ଗୁଡିକୁ ସଫା କରାଯାଇଛି। ଏହାଦ୍ବାରା ସ୍ଥିତିରେ ସୁଧାର ଆସିଛି।

ସୂଚନାଯୋଗ୍ୟ ଯେ, ନନ୍ଦନକାନନର ସ୍ଥିତିରେ ସୁଧାର ଆସିବା ପରେ ସୋମବାର ସ୍ବାସ୍ଥ୍ୟ କମିଟି ଓ ବୈଷୟିକ କମିଟି ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଠାରୁ ବୁଝିବା ସହ ପ୍ରାଣୀ ଉଦ୍ୟାନ ବୁଲି ଦେଖିଥିଲେ। ଏହାପ​‌ରେ ମଙ୍ଗଳବାର ଦିନ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ଯିବ ବୋଲି ସୂଚନା ଦେଇଥିଲେ।

 

Comments are closed.