ରେନୋ ପକ୍ଷରୁ ଏହାର ଅଲ୍ ନ୍ୟୁ ଗେମ୍ ଚେଞ୍ଜର ରେନୋ ଟ୍ରାଇବର

ଭୁବନେଶ୍ୱର : ରେନୋ ପକ୍ଷରୁ ଏହାର ଅଲ୍ ନ୍ୟୁ ଗେମ୍ ଚେଞ୍ଜର ରେନୋ ଟ୍ରାଇବରର ଶୁଭାରମ୍ଭ କରାଯାଇଛି। ଏହାର ମୂଲ୍ୟ ୪.୯୫ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍, ସାରା ଭାରତ) ରହିଛି। ରେନୋ ଟ୍ରାଇବର ଚାରିଟି ଟ୍ରିମ୍‌ରେ ଉପଲବ୍ଧ ହେବ – ଆରଏକ୍ସଇ, ଆରଏକ୍ସଏଲ୍, ଆରଏକ୍ସଟି ଓ ଆରଏକ୍ସଜେଡ୍। ବି-ସେଗମେଣ୍ଟ କାର୍ କ୍ଷେତ୍ରରେ ଏହା ଗ୍ରାହକଙ୍କୁ ଅତୁଳନୀୟ ସୁବିଧା ପ୍ରଦାନ କରିବ। ରେନୋ ଟ୍ରାଇବରରେ ସ୍ପେସିୟସ, ଅଲ୍ଟ୍ରା ମଡୁଲାର, ଇନ୍ଧନ ଦକ୍ଷ ଗାଡ଼ି ଓ ଏଥିରେ ରହିଛି ଆକର୍ଷଣୀୟ ଇଣ୍ଟେରିଅର। ୪ ମିଟର ମଧ୍ୟରେ ଏଥିରେ ଅନେକ ଆଧୁନିକ ଓ ପ୍ରାକ୍ଟିକାଲ୍ ବୈଶିଷ୍ଟ୍ୟକୁ ସନ୍ନିବେଶିତ କରାଯାଇଛି। ସ୍ପେସ୍ ଓ ମଡୁଲାରିଟି କ୍ଷେତ୍ରରେ ରେନୋ ଟ୍ରାଇବର ଏକ ବିଶେଷ ସ୍ଥାନ ଗ୍ରହଣ କରିବ। ଭାରତୀୟ ଗ୍ରାହକମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଭା​‌େ​‌ବ ଫିଟ୍ ଯେଉଁମାନେ କମ୍ ମୂଲ୍ୟରେ ଅଧିକ ପ୍ରିମିୟମ ମାନର ଆଶା କରିଥାନ୍ତି ବୋଲି ରେନୋ ଇଣ୍ଡିଆ ଅପରେସନ୍ସର କଣ୍ଟ୍ରି ସିଇଓ ଓ ମ୍ୟାନେଜିଂ ଡାଇରେକ୍ଟର ଭେଙ୍କଟରାମ୍ ମାମିଲାପାଲେ କହିଛନ୍ତି।

Comments are closed.