ପାରମ୍ପରିକ କଳାକୁ ବଜାୟ ରଖିବାର ଏକ ନିଆରା ପ୍ରୟାସ, ସଂକୀର୍ତ୍ତନ ଗୁରୁଙ୍କ ମଧ୍ୟରେ କଳା ପ୍ରଦର୍ଶନ

ରେଙ୍ଗାଲିକେମ୍ପ: ସାମ୍ପ୍ରତିକ ସ୍ଥିତିରେ ମଣିଷ ଆଧୁନିକତା ର ମୁଖା ପିନ୍ଧି ପାଶ୍ଚାତ୍ୟ ସଭ୍ୟତlମୁଖି ହୋଇ ନିଜର ପାରମ୍ପରିକ କଳା ସଂସ୍କୃତିକୁ ଭୁଲିବା ରେ ଲାଗିଛି। ଯାତ୍ରା ହେଉ କୁ ପର୍ବ ସବୁଠି ପ୍ରବେଶ କରୁଛି ଅର୍କେଷ୍ଟ୍ରା ଆଉ ଅଶ୍ଳୀଳ ନୃତ୍ୟ।ଆଗ କାଳର କୀର୍ତ୍ତନ,ସଂଚାର,ପାଲା ଦାସକାଠିଆ ପରି ଭକ୍ତି ତଥା କଳା ପୂର୍ଣ୍ଣ ମନୋରଞ୍ଜନ କାର୍ଯ୍ୟକ୍ରମ ଆଉ ଦେଖିବାକୁ ମିଳିନି। ଧୀରେ ଧୀରେ ସବୁ ଲୋପ ପାଇଯାଇ ଲୋକ ଙ୍କ ରୁଚି ବି ବଦଳି ଯାଉଛି। ତେଣୁ ସେଇ ମୃଦଙ୍ଗ ବାଦକ, ବାହକ ଗାହାକ ମାନେ ନିଜ ନିଜର କଳା କୁ ଲୋକଙ୍କ ରୁଚି ଅନୁଯାୟୀ ବଦଳାଇବାର ପ୍ରୟାସ କରୁଛନ୍ତି।

 

ଏହାକୁ ଦୃଷ୍ଟିରେ ରଖି ଆମ ଓଡ଼ିଶାର ପୁରୁଣା ପରମ୍ପରା ଓ କଳା କୁ ବଜାୟ ରଖିବାର ମହାନ୍ ଉଦ୍ଦେଶ୍ୟ ରଖି କିଛି କଲାପ୍ରେମି ଏକ ଅଭିନବ ପ୍ରୟାସ କରିଛନ୍ତି ଯାହା ଦେଖିବାକୁ ମିଳିଛି ଏଇ ଗ୍ରାମରେ। ଅତାବିରା ବ୍ଲକ ଲାଦେରପାଳି ଗ୍ରାମର ଗ୍ରାମବାସୀ ଶୁଭାରମ୍ଭ କରିଛନ୍ତି ଏକ ନୂତନ ପ୍ରୟାସ।ଗ୍ରାମର ବିଶିଷ୍ଟ ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗୌଡିୟ କୀର୍ତ୍ତନର ଗାହାକ୍ ଓ ବାହକ ମାନଙ୍କ ମଧ୍ୟରେ ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ କଳା ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗଣ୍ଠିଆ ପାଲିର ଗୁରୁ ପ୍ରଦୀପ ସାହୁ ଓ ଲିପ୍ସା ଖମାରୀ, ଭେଉଁରିଆର ଗୁରୁ ସୁଧର୍ମା ଦାଶ, ଗୁଡ଼ିମୁଣ୍ଡା ର ଗୁରୁ କିଶୋର ଗଡତିଆ, ତୋରାର ଗୁରୁ ଜୟନ୍ତ ନନ୍ଦ, ଓ ସାଥୀ ଆଦି ୫ଟି ଗ୍ରାମର ଗୌଡିୟ ସଂକୀର୍ତ୍ତନ ଦଳର ୨୫ଜଣ ଗାହାକ୍ ଓ ବାହକ ଯୋଗ ଦେଇଥିଲେ। ଏହି ପୁରାତନ କଳା କୁ ଉପଭୋଗ କରିବା ପାଇଁ ଗ୍ରାମର ତଥା ଆଖପାଖ ଅଂଚଳର ଆବାଳ ବୃଦ୍ଧ ବନିତା ଙ୍କ ବେଶ୍ ଭିଡ଼ ଜମିଥିଲl।

Comments are closed.