୨ଟି ପୋଲ ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକରୁ ଭେଡେନ ବ୍ଲକକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ଦୁଇଟି ପୁରୁଣା କାମଚଳା ପୋଲ।ଯାହା ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସିମେଣ୍ଟ ନଳ ଦେଇ ତିଆରି କରାଯାଇଥିଲା ୧୯୮୫ ମସିହାରୁ। ଅତାବିରା ଏନ୍ ଏ ସିରୁ ବୈମାନ ଟିକ୍ରା ମଝିରେ ଥିବା ପୋଲ ଓ ବୁଗୁବୁ ଗାଁରୁ ଭେଡେନ ରାସ୍ତାରେ ପାଳସାପାଲି ବାଲିଆ ପୋଲ। ଏହି ଦୁଇଟି ପୋଲ ଉପରେ ୭ଟି ପଞ୍ଚାୟତ ନିର୍ଭରଶୀଳ। ସମାୟାନୁକ୍ରମେ ଏହି ପୋଲ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା।ଗୋଟିଏ ଅସରା ବର୍ଷାରେ ପୋଲ ଉପର ଦେଇ ଆଣ୍ଠୁଏ ପାଣି ଆସୁଥିଲା, ଯଦି ଲଗାତାର ବର୍ଷା ହୁଏ ତେବେ ଲୋକଙ୍କ ଯିବାଆସିବା ବନ୍ଦ ହୋଇ ଯାଉଥିଲା। ଛାତ୍ରଛାତ୍ରୀଙ୍କ ସ୍କୁଲ୍ କଲେଜ୍ ଯିବା ବନ୍ଦ ହୋଇଯାଉଥିଲା। ବ୍ୟବସାୟୀମାନେ ବ୍ୟବସାୟରେ ବିପୁଳ କ୍ଷତି ସହୁଥିଲେ।

ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଆଜି ଏହି ଦୁଇଟି ପୋଲର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ନବୀନ ସରକାରଙ୍କ ବିଜୁ ସେତୁ ଯୋଜନାରେ ବୈମାନ ଟିକ୍ରାର ପୋଲ ପାଇଁ ଦୁଇ କୋଟି ଚାରି ଲକ୍ଷ ଓ ପଲସା ପାଳିର ପୋଲ ପାଇଁ ଦୁଇ କୋଟି ୩୭ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ଦୁଇ ପୋଲ। ପୂର୍ବାପେକ୍ଷା ଏହା ସମ୍ପ୍ରସାରିତ ମଧ୍ୟ ହେବ ବୋଲି ଜଣାପଡିଛି। ଏହି ପୋଲର ନିର୍ମାଣ ହେବା ଖବର ଶୁଣି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଜିର ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ରୂପେ ବିଧାୟିକା ଶ୍ରୀମତୀ ଛୁରିଆଙ୍କ ଉପସ୍ଥିତିରେ ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗର ଶ୍ରୀଫଳ ଭାଙ୍ଗି ଟିକେସ ପୁରୋହିତଙ୍କ ପୌରୋହିତ୍ୟରେ ଶୁଭ ଅନୁକୂଳ କରି ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଏନ୍ ଏ ସି ସଭାପତି ଟଙ୍କ ଦାଶ, ସମ୍ପାଦକ ସତ୍ୟନାରାୟଣ ମିଶ୍ର, ୱାର୍ଡ ନଂ ୮ର କାଉନସିଲର ମନୋଜ ପ୍ରଧାନ, କାଉନସିଲର ସଂତୋଷିନି ମକ୍ୱାନା, ରଘୁ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.