ଫୁଟବଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଜାଙ୍ଗେଡ ପଞ୍ଚାୟତର ନୂଆଁ ବାଟିମୁଣ୍ଡାରେ ନେହେରୁ ଯୁବକ ସଂଘ ବରଗଡ଼ ଓ ଜୀବନ ଜ୍ୟୋତି ଆଥଲେଟିକ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଫୁଟବଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ରର ଯୁବ ପ୍ରତିନିଧି ରୋସନ୍ ଟଣ୍ଡନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଉପଦେଷ୍ଟା କମିଟିର ସଭ୍ୟ ତ୍ରିଲୋଚନ ଶତପଥୀ, ଟିକେଲାଲ ମାଝୀ, ଜହରଲାଲ ଭୋଇ ସମ୍ମାନିତ ଅତିଥି ଭାବେ ମଞ୍ଚlସୀନ ଥିଲେ। ଏଥିରେ ସିଲାଟ, ଆମଝର, ଅମଲିପାଳି, ଯାଙ୍ଗେଡ଼, ନୂଆ ବାଟୀମୁଣ୍ଡା, ଗୌରଟକ୍ରା, ଟିକ୍ରା ପଡ଼ା ଓ ଟାଙ୍ଗରପାଲିର ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ। ଜlଙ୍ଗେଡ଼ ଓ ବାଟିମୁଣ୍ଡା ମଧ୍ୟରେ ଫାଇନାଲ ଖେଳ ହୋଇ ଜାଙ୍ଗେଡ ବିଜୟ ଲାଭ କରିଥିଲା। ପଙ୍କଜ ମିର୍ଦ୍ଧା, ଜିତୁ ପଟ୍ଟନାୟକ, ଅରକ୍ଷିତ ପ୍ରଧାନ ଏହି ଖେଳକୁ ପରିଚାଳନା କରିଥିବା ବେଳେ ହେମନ୍ତ ଭୁଏ, ପ୍ରକାଶ ଭୁଏ, ତ୍ରିନାଥ କାଲୋ, କେଶବ ଭୂଏ, ମୁନା ନାଏକ ଓ ଆଶୀର୍ବାଦ ମହାପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.