ଅତାବିରା ବାବା ବିଶ୍ୱେଶ୍ବର ଶିବ ମନ୍ଦିରରୁ ଚୋରି

ରେଙ୍ଗାଲିକେମ୍ପ: ଅତାବିରା ବାବା ବିଶ୍ବେଶ୍ବର ଶିବ ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଅତାବିରା ବ୍ଲକ ଚକୁଳି ପଞ୍ଚାୟତ ର ୫୩ ନମ୍ୱର ଜାତୀୟ ରାଜପଥ କଡ଼ରେ ରହିଥିବା ବାବା ବିଶ୍ବେଶ୍ବର ଶିବ ମନ୍ଦିରରୁ ପୁଣି ଗତ ରାତିରେ ଚୋରି ହୋଇଛି। ମନ୍ଦିରର ପୂଜାରୀ ପବିତ୍ର ମହାପାତ୍ର କହିଛନ୍ତି ଯେ ଆଜି ସକାଳେ ସେ ମନ୍ଦିରକୁ ପୂଜା କରିବା ପାଇଁ ପ୍ରାତଃ ୪ ଟାରେ ଆସିଥିଲେ। ପ୍ରଥମେ ଗମ୍ଭୀରା ଭିତରକୁ ଯିବା ପୂର୍ବରୁ ମନ୍ଦିରର ମୁଖ୍ୟଫାଟକରେ ଶିକୁଳି ଝୁଲୁଥିବା ସେ ଦେଖିଥିଲେ। ଏହାପରେ ସେ ଗମ୍ଭୀରା ଭିତରକୁ ଯିବାପରେ ଦାନ ବାକ୍ସଟି ଖୋଲା ହୋଇଥିବା ଦେଖିବାକୁ ପାଇଥିଲେ। ହୁଣ୍ଡିରେ ୨୨ ରୁ ୩୦ ହଜାର ଟଙ୍କା ଓ କିଛି ସୁନା ରୂପା ଆଦି ମୁଲ୍ୟବାନ ଧାତୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାସହିତ ମନ୍ଦିର ପରିସରରେ ଥିବା ଏକ ପୂଜା ଦୋକାନର ବି ତାଲା ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା। ମନ୍ଦିର କମିଟିର ସଦସ୍ୟ ଅତାବିରା ପୋଲିସକୁ ଖବର ଦେଇଥିଲେ। ମନ୍ଦିରରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comments are closed.