ଅତାବିରାରେ ଟାୟାର ଚୋରି ଉଦ୍ୟମ, ସିସି ଟିଭି ଫୁଟେଜ ଆଧାରରେ ଚୋରକୁ ଧରିଲା ରାୟପୁର ପୁଲିସ

ରେଙ୍ଗାଲିକେମ୍ପ: ଅତାବିରା ଏନଏସି ଜାତୀୟ ରାଜପଥ କଡ଼ରେ ଥିବା ଏମଆରଏଫ୍ ଟାୟାର ଦୋକାନରୁ ଚୋରି କରିବା ପାଇଁ ଚୋର ମାନେ ଗତ ଅକ୍ଟୋବର ରାତି ଗୋଟାଏ ସମୟରେ ଉଦ୍ୟମ କରିଥିଲେ। କିନ୍ତୁ ସଟର କାଟିବା ପରେ ସେଣ୍ଟର ତାଲାକୁ ଭାଙ୍ଗି ନ ପାରି ବିଫଳ ହୋଇଥିଲେ। ପାଖରୁ କିଛି ଶବ୍ଦ ଶୁଣି ପଲାଇଥିଲେ । ଏ ନେଇ ଦୋକାନ ମାଲିକ ନୀତେଶ କୁମାର ଶର୍ମା ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏହାକୁ ଭିତ୍ତି କରି ଅତାବିରା ପୁଲିସ ତଦନ୍ତ ଆରମ୍ଭ କରି ଲାଗିଥିଲା। ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ କରି ସେଥିରୁ ଚୋରମାନଙ୍କ ଗାଡ଼ି ନମ୍ୱର୍ ଟାଟା ଏମପି ୩୩ଜି୦୬୯୦ ବୋଲି ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ପୁଲିସ ସମ୍ବଲପୁର ଓ ବରଗଡ଼ ଟୋଲ ଗେଟକୁ ଜଣାଇଥିଲେ। ଟୋଲ ଟେକ୍ସ ବିଲର ଅନୁସନ୍ଧାନ ପରେ ବରଗଡ଼ ଟୋଲ ଗେଟରେ ସେହି ନମ୍ୱର୍ ଗାଡ଼ି ସକାଳ ୩ଟା୧୭ ମିନିଟରେ ଟୋଲ ଗେଟ ଦେଇ ଯାଇଥିବା ଜଣା ପଡ଼ିଥିଲା।

 

ଏହାର ଠିକ୍ ଦୁଇଦିନ ପରେ ରାତି ଗୋଟାଏରୁ ତିନିଟା ମଧ୍ୟରେ ରାୟପୁର ଏମଆର ଏଫ୍ ଟାୟାର ଦୋକାନରୁ ୨୨ଟି ଟାୟାର ଚୋରି ହେବା ପରେ ସେଠାରେ ଥିବା ସିସି କ୍ୟାମେରାରୁ ଏହି ଗାଡ଼ି ନମ୍ୱରଟି ପୁଣି ସାମନାକୁ ଆସିଥିଲା। ସେହି ଦୋକାନ ମାଲିକ ରାୟପୁର ମନ୍ଦିର ହସତ୍ ଥାନାରେ ଲିଖିତ ଅଭିଯୋଗ କରିବା ସହ ସାଇବର ଟିମ୍ କୁ ଜଣାଇଥିଲେ। ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ଏହି ଘଟଣା ଜାଣି ରାୟପୁର ଥାନାକୁ ଅତାବିରା ର ସିଡି ତାଙ୍କ ପାଖକୁ ପଠେଇଥିଲେ। ଏହି ଦୁଇ ଘଟଣା ରେ ଲିପ୍ତ ଥିବା ଗାଡ଼ିର ନମ୍ୱର୍ ସମାନ ରହିଥିଲା।ତେବେ ରାୟପୁର ସାଇବର ଟିମ ଏହି ଗାଡ଼ି ସହିତ ଡ୍ରାଇଭରକୁ ମଧ୍ୟପ୍ରଦେଶ ର ଗୁଆଲିଅର ଠାରେ ଧରିଥିଲେ। ପଚରା ଉଚୁରାରୁ ଏହି ଗାଡ଼ି ଡ୍ରାଇଭର ତିୱାରୀ ମହଲା ,ମେହେନା ଥାନା,ଗୋଆଲିଆର ଜିଲ୍ଲାର ଦିନେଶ କୁସ ୱାହା (୨୮) ବୋଲି ଜଣାପଡିଛି। ତେବେ ତା ସହିତ ଜଡ଼ିତ ଥିବା ଅନ୍ୟ ଚୋର ମାନଙ୍କ ବିଷୟରେ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ତେବେ ଆରାବିରା ପୁଲିସ ତାକୁ ରିମାଣ୍ଡ ରେ ଆଣିବା ପାଇଁ ପ୍ରୟାସ ଜାରି ରଖିଛି।

Comments are closed.