ଜ୍ୟୋତିଷ ବିଦ୍ୟା ମହାସାଗର ସମ୍ମାନ ପାଇଲେ ସଞ୍ଜୀବ

ରେଙ୍ଗାଳିକେମ୍ପ: ମଧ୍ୟପ୍ରଦେଶର ଜବଳପୁର ଠାରେ ଡ.ସ୍ୱାଗତିକା ପତିଙ୍କ ନେତୃତରେ ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ଗବେଷଣା ସଂସ୍ଥା ତରଫରୁ ଏକ ଜ୍ୟୋତିଷ ସମ୍ବିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଅତାବିରା ବ୍ଲକ ଅନ୍ତର୍ଗତ ସିଂହପାଲି ଗ୍ରାମର ପ୍ରମୋଦ କୁମାର ମିଶ୍ରଙ୍କ ପୁତ୍ର ସଂଜୀବ କୁମାର ମିଶ୍ର ଆଲୋଚନା ପାଠ୍ୟକ୍ରମରେ ଭାଗ ନେଇ ସେ କରୋନା ମହାମାରି ସଂପର୍କରେ ସେ ନିଜର ବକ୍ତବ୍ୟ ରଖିଥିଲେ। ସେହି ବକ୍ତବ୍ୟରେ ବନ୍ଧୁମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେଥିପାଇଁ ତାଙ୍କୁ ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ଗବେଷଣା ସଂସ୍ଥା ତରଫରୁ ଜ୍ୟୋତିଷ ବିଦ୍ୟା ମହାସାଗର ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଥିଲା। ସଂଜୀବଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Comments are closed.