ଦ୍ଵିତୀୟ ଥର ପାଇଁ ସହକାରୀ ସରକାରୀ ଓକିଲ ଭାବେ ଯୁବ ଆଇନଜୀବୀ ବିକାଶ ମିଶ୍ର ନିଯୁକ୍ତ

ରେଙ୍ଗାଳିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ଗ୍ରାମ୍ୟ ନ୍ୟାୟାଳୟରେ ପୁଣି ଦ୍ଵିତୀୟ ଥର ପାଇଁ ସହକାରୀ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଲେ ଯୁବ ଆଇନଜୀବୀ ବିକାଶ ମିଶ୍ର। ନିରପେକ୍ଷ ଭାବରେ କର୍ତ୍ତବ୍ୟ କରିବାରେ ଅଞ୍ଚଳରେ ସେ ବେଶ୍ ପରିଚିତ ଅଟନ୍ତି। ସରକାରୀ ନିୟମକୁ କଡାକଡ଼ି ଭାବେ ପାଳନ କରି ଆସୁଥିବା ଯୋଗୁଁ ଓଡ଼ିଶା ଲ ଅଫିସ ରୁଲ ୧୯୯୧ ଅନୁଯାୟୀ ସେ ପୁଣି ଥରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଛନ୍ତି। ତେଣୁ ଶ୍ରୀ ମିଶ୍ର ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅଞ୍ଚଳର ଯୁବ ତଥା ବରିଷ୍ଠ ଆଇନଜୀବୀ ମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

Comments are closed.