ଭୁଶୁଡ଼ିଲା ଅସ୍ଥାୟୀ ପୋଲ, ଯାତାୟାତ ବିଚ୍ଛିନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍.ଏ.ସି କାର୍ଯ୍ୟାଳୟରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ନିର୍ମାଣ ଚାଲିଛି  ବୈମାନ ଟିକ୍ରା ବିଜୁ ସେତୁ । ଦୀର୍ଘ ଦିନ ହେଲା ଏହି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି ଯାଏଁ ତାହା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଲୋକଙ୍କ ଯାତାୟାତ ପାଇଁ ତିଆରି ହୋଇଥିଲା ସିମେଣ୍ଟ ନଳର ଏକ ଅସ୍ଥାୟୀ ପୋଲ ।  ଏହି ଅସ୍ଥାୟୀ ପୋଲ ଦେଇ  ବୈମାନଟିକ୍ରା, ବାବେଵିରା, ବୁଗୁବୁଗl, କୁଳୁଣ୍ଡା,, ଜାମଟିକ୍ରା, ବାଞ୍ଜି ପାଲି, ପଲସା ପାଲି , ପତ୍ରାପାଳି, ଆଦି ଗ୍ରାମର ଲୋକଙ୍କ ପାଇଁ ଏହା ମୁଖ୍ୟ ରାସ୍ତା ଅତାବିରାକୁ ଆସିବା ପାଇଁ ।

ତିନି ଦିନ ଧରି ଲଗାଣ ଲଘୁଚାପ ବର୍ଷାରେ ଏହି ଅସ୍ଥାୟୀ ପୋଲଟି ଭୁଶୁଡ଼ି ପଡ଼ିଛି । ନିକଟରେ ଥିବା କ୍ରିଷ୍ଣା କଲୋନୀ ଏବେ ଜଳ ବନ୍ଦୀ ହୋଇ ରହିଛି । ଲୋଙ୍କ ଯାତାୟାତ  ବିଚ୍ଛିନ୍ନ ହୋଇ ଯାଇଛି । ଅତ୍ୟାବଶ୍ୟକ କାମ  ଥିବା ଲୋକେ ବାଧ୍ୟ ହୋଇ ଏହି ଅର୍ଦ୍ଧ ନିର୍ମିତ ବିଜୁ ସେତୁ ଦେଇ  ଯିବା ଆସିବା କରୁଛନ୍ତି । କିନ୍ତୁ ଏହା ବିପଦ ପୂର୍ଣ୍ଣ  ଅଟେ । କାରଣ ଏହି ଅର୍ଦ୍ଧ ନିର୍ମିତ ସେତୁର କଂକ୍ରିଟ କରଣ ହୋଇନାହିଁ, ଉଭୟ ପଟରେ ସେତୁ ଉପରକୁ ଚଢିବା ପାଇଁ  ଗାର୍ଡ ୱାଲ୍‌ ହୋଇନାହିଁ । ସେତୁ  ଉପର ଉଭୟ ପାର୍ଶ୍ଵରେ  ସାଇଡ ୱାଲ କାମ ହୋଇନାହିଁ  କି ସେତୁ ଛାତ ର ସେଣ୍ଟ୍ରିଂ ବି ଖୋଲାଯାଇ ନାହିଁ ।

ଏମିତି ବିପଦ ପୂର୍ଣ୍ଣ ,ଅସୁରକ୍ଷିତ ନିର୍ମାଣାଧୀନ ପୋଲ ଉପରେ ଲୋକେ  ଯିବା ଆସିବା ପାଇଁ ବାଧ୍ୟ ହେଉଛନ୍ତି । ପ୍ରକାଶ ଥାଉ କି ଏହି ବିଜୁ ସେତୁ ନିର୍ମାଣ  ପୂର୍ବରୁ ଥିବା ପୋଲ ଟି ମଧ୍ୟ ପ୍ରତି ବର୍ଷ ବର୍ଷା  ଋତୁରେ ଜଳ ମଗ୍ନ ହୋଇ ଏମିତି ଅସୁବିଧା ସୃଷ୍ଟି  ହେଉଥିଲା  ଏବଂ  କ୍ରିଷ୍ଣା କଲୋନୀ ଜଳମଗ୍ନ  ହୋଇଆସୁଛି । ଏବେ ବିଜୁ ସେତୁ ନିର୍ମାଣ କାମ ଆରମ୍ଭ ହେବା ଦିନଠାରୁ  ଲୋକେ କିଛି ଆଶ୍ୱସ୍ତି ଅନୁଭବ କରୁଥିଲେ । କିନ୍ତୁ ସେଇ ସେତୁ କାମ ବି ନିମ୍ନ ମାନର ହେବ ସହ ଅସମ୍ପୂର୍ଣ୍ଣ ହୋଇ ରହିଛି । ଗତ ପାଞ୍ଚ ସାତ ଦିନ ତଳେ  ଜିଲ୍ଲାପାଳ ଆସି ମଧ୍ୟ ଏହି ସେତୁର ନିର୍ମାଣ କାର୍ଯ୍ୟ ଦେଖି ବିଗିଡି ଯାଇଥିଲେ । ଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ତାଗିଦ କରି ଯାଇଥିଲେ ସଂପୃକ୍ତ ଯନ୍ତ୍ରୀଙ୍କୁ  । ନିର୍ମାଣ ଆରମ୍ଭ ଦିନ ଠାରୁ ନିମ୍ନ ମନର କାମ ଦେଖି ଲୋକେ ଚର୍ଚ୍ଚା କରିଥିଲେ । ଗଣ ମାଧ୍ୟମରେ ମଧ୍ୟ ଏହି କାମକୁ ସମାଲୋଚନା କରାଯାଇଥିଲା । କିନ୍ତୁ ଏସବୁ ସତ୍ତ୍ୱେ ମଧ୍ୟ ଆର୍ଡି ବିଭାଗ ନୀରବ ରହିଥିବା ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବିଜୁ ସେତୁ ନିର୍ମାଣ ପୂର୍ବରୁ ଲୋକଙ୍କ ଯିବା ଆସିବା ପାଇଁ  ଉପଯୁକ୍ତ ରାସ୍ତା ନିର୍ମାଣ କରିବା ଉଚିତ୍ । କିନ୍ତୁ ତାହା ମଧ୍ୟ ଏତେ ନିମ୍ନ ମାନର ଯେ ଆଜି ତାହା ଭୁଶୁଡ଼ି ପଡ଼ି ଗମନା ଗମନ ବିଚହିଁ କରିଛି ।  ସଂପୃକ୍ତ ଯନ୍ତ୍ରୀ ଏଥିପାଇଁ ଦାୟୀ ବୋଲି ଜଣ ସାଧାରଣ କହିଛନ୍ତି । ଜନ ସାଧାରଣଙ୍କ  କୋଟି କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ସେତୁର ନିର୍ମାଣ ହେଉଛି । ଆଗକୁ ଆହୁରି ଦୁଇଦିନ ବର୍ଷା ଲାଗି ରହିବାର ସୂଚନା  ରହିଛି । ତେବେ ଆଗକୁ କୌଣସି ବଡ ଧରଣର ବିପଦ ନଘଟୁ । ସମୁହ ଜନତାଙ୍କ ଜୀବନ ସହ ଖେଳିବା ଓ ଏମିତି  ଖାମଖିଆଲି ମନୋଭାବ ନେଇ କାମ କରୁଥିବା ଯନ୍ତ୍ରୀଙ୍କ ଉପରେ ପଦକ୍ଷେପ ନିଆଯିବ ଉଚିତ୍ ବୋଲି ଜନ ସାଧାରଣରେ ଦାବି ରହିଛି ।

 

Comments are closed.