ଲାୟନ୍ସ କ୍ଲବ୍ ପକ୍ଷରୁ ବାବା ବିଶ୍ୱେଶ୍ୱର ପୀଠରେ ଅନ୍ନ ଭୋଗ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ସ୍ଥାନପାଇଥିବା ବାବା ବିଶ୍ଵେଶ୍ୱର ମନ୍ଦିର ହେଉଛି ଅତାବିରାର ଏକ ବହୁ ପୂରାତନ ମନ୍ଦିର । ଏହା ଜାତୀୟ ରାଜପଥର ଠିକ କଡ଼ରେ ଅବସ୍ଥିତ ଥିବାରୁ ପ୍ରତ୍ୟହ ଏଠି ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥାଏ ।  ଶ୍ରାବଣ  ମାସରେ ଏହିଠାରେ ଜନ ସମୁଦ୍ର ଦେଖିବାକୁ ମିଳିଥାଏ । କାହିଁ କେତେ ଦୂରରୁ କାଉଡ଼ିଆ ମାନେ ଭାର ବୋହି ଚାଲି ଚାଲି ଆସିଥାନ୍ତି ବାବାଙ୍କ ପୀଠକୁ । କେହି ନିଷ୍ଠା ଓ ଭକ୍ତିରେ ପୂର୍ବ ଦିନ ଉପବାସ ରହିଥାଏ ତ ଆଉ କିଏ ଦର୍ଶନ ନ ହେବା ପର୍ଯ୍ୟନ୍ତ ନିର୍ଜଳା ବି ରହିଥାନ୍ତି । ଦର୍ଶନ ଉପରାନ୍ତେ ସେମାନଙ୍କୁ ଅନ୍ନଭୋଗ ଦେବା ଏକ ମହାନ୍ ପୁଣ୍ୟର କାମ ଅଟେ । ତେଣୁ ଅତାବିରା ଲାୟନ୍ସ କ୍ଲବ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା ।

ସକାଳ  ୮ ତାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଅନ୍ନଭୋଗ ୫୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ବଣ୍ଟନ କରାଯାଇଥିଲା । ପ୍ରାୟ ତିନି କ୍ଵିଣ୍ଟାଲ ଚାଉଳରେ ମିଠା ଅନ୍ନ ତିଆରି କରାଯାଇଥିଲା । ବାବାଙ୍କ ଦର୍ଶନ ପରେ ଅନ୍ନଭୋଗ ଖାଇ ସମସ୍ତେ ଖୁସି ହୋଇ  ଘରକୁ ଫେରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି  ଧୀରେନ୍ଦ୍ର ରଥଙ୍କ ଅଧ୍ୟକ୍ଷତା କ୍ରମେ ବିନୟ କୁମାର ଦାସ ,ସୋମନାଥ ପଟ୍ଟନାୟକ, ବଳରାମ ପ୍ରଧାନ, ଶିବ ଶଙ୍କର ତ୍ରିପାଠୀ, ଅମିତ୍ ଗୁପ୍ତା, ବିକାଶ ସାହୁ, ଶରତ ଭୋଇ, ଶୁଦୟ ଭୋଇ, ଜଗବନ୍ଧୁ ପଣ୍ଡା, ଜୟନ୍ତ ପ୍ରଧାନ, ବିଭୂଦତ୍ତ ପ୍ରଧାନ, ଅଶୋକ ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଅନ୍ନଭୋଗ ବଣ୍ଟନ କରିଥିଲେ  ।

Comments are closed.