ଅତାବିରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଯଯାତି କେଶରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ସରଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେର, ଅତାବିରା ମହାବିଦ୍ୟାଳୟର ଡେମୋନଷ୍ଟ୍ରେଟର ହୃଦୟାନନ୍ଦ ପ୍ରଧାନ, ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ଏବଂ ବିଦ୍ୟାମନ୍ଦିରର ଜ୍ଞାନ ବିଜ୍ଞାନ ମେଳାର ସଂଯୋଜିକା ସଂଯୁକ୍ତା ଖମାରୀ ଓ ଆଚାର୍ଯ୍ୟ ପ୍ରଦୀପ ପୂଜାରୀଙ୍କ ଉପସ୍ଥିତି କ୍ରମେ ମେଳାର ଶୁଭ ଉଦଘାଟନ କରାଯାଇଥିଲା।

ଏହି ମେଳାରେ ବିଭିନ୍ନ ବିଭାଗରୁ ୨୨୬ଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ଶିଶୁ ବାଟିକା ବିଭାଗରେ ଆସିଥିବା ପ୍ରକଳ୍ପଗୁଡ଼ିକ ପାଇଁ ସ୍କୁଲ୍ ପରିଚାଳନା ସମିତିର ସଦସ୍ୟା ଜାଗ୍ରେତି ପାତ୍ର ବିଚାରିକ ଭାବରେ ରହିଥିଲେ। ବିଚାରକମାନଙ୍କ ଦ୍ଵାରା ଚୟନ ହୋଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରେ ପୁରସ୍କୃତ କରାଯାଇଥିଲା।ଏହି ମେଳାର ଦ୍ଵିତୀୟ ପର୍ଯ୍ୟାୟରେ ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛlତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନର ଉପକାରିତା ବିଷୟରେ କହିଥିଲେ।

Comments are closed.