କାଳବୈଶାଖୀ ଉଜକ୍ଡ଼ିାଲା ଚାଷୀଙ୍କ ଚାଷ

ରେଙ୍ଗାଲକ୍ୟାମ୍ପ: ଅତାବିରା ଅଞ୍ଚଳରେ ଦିନବେଳା ୪୩ ଡିଗ୍ରୀ ତାପମାତ୍ରା ରେ ଗତକାଲି ଦ୍ୱିପହର ରେ ନିଆଁ ବର୍ଷକ୍ଷ ହୋଇ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ସନ୍ଧ୍ୟାରେ ହଠାତ୍ କାଳବୈଶାଖୀ ଆସି ଉଜାଡ଼ି ଦେଇଗଲା ଅନେକ ଗରିବଙ୍କ ବାସ ଆଉ ବେଉସା। ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର ବେଗରେ ପବନ ବହି ଉଡ଼ାଇନେଲା ଅତାବିରା ବସଷ୍ଟାଣ୍ଡ ତଥା ବିଭିନ୍ନ ଛକ ମାନଙ୍କରେ ଥିବା ଉଠା ଦୋକାନୀଙ୍କ ଦୋକାନ ଘର ତଥା ଚାଳ ଛପର ଘର। ସକାଳ ପାହିଲେ ସୋମବାର ସାପ୍ତାହିକ ବଜାର।ବଜାର ଦିନ କିଛିଟା ଅଧିକ ବିକ୍ରି ହୋଇ ଅପେକ୍ଷାକୃତ ଟିକେ ରୋଜଗାର ଭଳ ହୋଇଥାଏ।କିନ୍ତୁ ଏହି କାଳବୈଶାଖୀ ଯୋଗୁଁ ଛିନ୍ନ ବିଛିନ୍ନ ହୋଇ ପଡ଼ିଥିବା ଦୋକାନ ଗୃହକୁ ସଜାଡ଼ିବାରେ ଦିନଟା ଚାଲିଯାଇଥିଲା। ବଜାର ଦିନ ପାଇଁ ଯେଉଁ ରୋଜଗାରର ଆଶା ରହିଥିଲା, ତାହା ଗୋଟିଏ କ୍ଷଣରେ ଭାଙ୍ଗିଦେଇ ଚାଲିଗଲା ଏହି କାଳବୈଶାଖୀ। ଏହି ଛୋଟ ବ୍ୟବସାୟୀ ମାନେ ଏନ୍ ଏ ସି କୁ ଟେକ୍ସ ଦେଇଥାନ୍ତି ତାଙ୍କରି ବେଉସା ପାଇଁ।କିନ୍ତୁ ତାଙ୍କ ପାଇଁ ଆଜି ଯାଏ କୌଣସି ସ୍ଥାୟୀ ବନ୍ଦୋବସ୍ତ ହୋଇପାରିନାହିଁ ।ଅନ୍ୟ ପଟେ ଅଞ୍ଚଳର ଚାଷୀଙ୍କ ଦୁଃଖ କହିଲେ ନସରେ ।

 

ଟୋକନର ସମୟ ଅବଧି ମଧ୍ୟରେ ଧାନ ଅମଳ କରି ବିକ୍ରୟ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରି ଚାଲିଛନ୍ତି। ରାସ୍ତା, ବିଲ ତଥା ସଡ଼କ ପଥରେ ହଜାର ହଜାର କ୍ବିଣ୍ଟାଲ ଧାନ ସୁଖୁଥିଲା ଚାଷୀଙ୍କର। ପବନ ଜୋରରେ ମାରିବା ଦ୍ବାରା ଧାନ ଉପରେ ଘୋଡାଯାଇଥିବା ପାଲ ସବୁ ଉଡ଼ିଯାଇ ଥିଲା। ପବନ ପରେ ତୁହାକୁ ତୁହା ବର୍ଷା ରେ ସବୁ ଭିଯିଯାଇ ଥିଲା। ବିଲରେ ପଡ଼ିଥିବା କଟା ଧାନ ସବୁ ଭିଜିଯାଇଛି। ଚିନ୍ତାରେ ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି। ଏପଟେ ବସଷ୍ଟାଣ୍ଡ ରେ ଥିବା ପୁରୁଣା ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଢଳି ପଡ଼ିଥିଲା।ସୌଭାଗ୍ୟ ବଶତଃ ବର୍ତ୍ତିଯାଇଥିଲା ନିକଟରେ ଥିବା ଛାତ ଦୋକାନ ସବୁ।ତାର ସବୁ ଛିଣ୍ଡି ଯାଇ ଦୀର୍ଘ ୧୧ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା ।ସକାଳେ ବିଭାଗୀୟ କର୍ମଚାରୀ ମାନେ ଜେସିବି ସାହାଯ୍ୟରେ ତାକୁ ଠିଆ କରି ବିଦ୍ୟୁତ୍ ସଂଯୋଗ କରିଥିଲେ। ଅନେକ ସ୍ଥାନରେ ତାର ଉପରେ ଗଛ ଡ଼ାଳ ଭାଙ୍ଗି ପଡ଼ି ବିଦ୍ୟୁତ୍ ତାର ଛିଣ୍ଡିଯାଇ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଅସହ୍ୟ ଗରମରେ ରାତି କଟେଇବା ବଡ ମୁସ୍କିଲ୍ ହୋଇପଡ଼ିଥିଲା।

Comments are closed.