ଗଳି କନ୍ଦିରେ ବୁଲୁଛି ଆବର୍ଜନା ସଂଗ୍ରହ ଗାଡ଼ି, ଜାତୀୟ ରାସ୍ତା ପାର୍ଶ୍ବରେ ପଡ଼ିରହିଛି କୁଢ଼ କୁଢ଼ ଆବର୍ଜନା

ରେଙ୍ଗାଲିକ୍ୟାମ୍ପ:ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶ, ପିଲାମାନଙ୍କୁ ଘରେ ହେଉ ବା ସ୍କୁଲ୍ ରେ ଏହି ଶିକ୍ଷା ଦିଆଯାଉଛି। କିନ୍ତୁ ଅତାବିରା ଏନ୍ଏସି ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ବରେ ପଡ଼ି ରହିଛି କୁଢ଼ କୁଢ଼ ମଇଳା ଆବର୍ଜନା। ଗାଆଁ ପରିମଳ ଧୋବା ତୁଠରୁ ପରି ରାଜପଥରେ ପଡ଼ି ରହିଥିବା ଆବର୍ଜନାକୁ ଦେଖି ଅତାବିରା ସହର / ଏନ୍ଏସିର ପରିମଳ ବ୍ୟବସ୍ଥା ବେଶ୍ ଆକଳନ କରିହେଵ। ସକାଳ ପାହିଲେ ବୁଲୁଛି ମଇଳା ସଂଗ୍ରହ ଗାଡ଼ି। ଗଳି କନ୍ଦିରେ ଥିବା ମଇଳା ଆବର୍ଜନା ସଂଗ୍ରହ ପାଇଁ କିନ୍ତୁ ଜାତୀୟ ରାଜପଥ ର ଆବର୍ଜନା ଉଠାଇବାକୁ ସମୟ ନାହିଁ। ଆବର୍ଜନା କୁଣ୍ଡ ପୂର୍ଣ୍ଣ ହୋଇ ମଇଳା ଆବର୍ଜନା ର ପଚାଷଢା ଗନ୍ଧ ସ୍ବତଃ ବିସରିତ ହୋଇ ପରିବେଶ କୁ ବେଶ ଦୁର୍ଗନ୍ଧ ମୟ କରୁଛି। ଆବର୍ଜନା ଗାଡ଼ିବାଲା ଗୀତ ବଜାଇ ବୁଲୁଛି ,ଲୋକଙ୍କୁ ସାବଧାନ କରୁଛି ମଇଳା ସଂଗ୍ରହ ରେ ସହଯୋଗ କରିବା ପାଇଁ ,ହେଲେ ନିଜ ଦାୟିତ୍ଵ ଭୂଳିଯାଉଛି । ଏବେ ବି କରୋନା ମହାମାରୀ ରୁ ଆମେ ସମ୍ପୂର୍ଣ ଭାବରେ ବର୍ତ୍ତି ପରିନୁ। କିଛି ଦିନ ତଳେ ଆମେ ସ୍ବଚ୍ଛତା ଉପରେ ବହୁ ପରିମାଣରେ ସଚେତନ ହେଉଥିଲେ କରୋନା ଭୟରେ ,କିନ୍ତୁ ଆଜି ଏମିତି ବିଶୃଙ୍ଖଳିତ ମନୋଭାବ ପରିବେଶ ପାଇଁ ତଥା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍ କ୍ଷତି କାରକ।ଏଥି ପ୍ରତି ଏନ୍ ଏ ସି କର୍ତ୍ତୃପକ୍ଷ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍। ଦାୟିତ୍ୱରେ ଥିବା କର୍ମଚାରୀ ମାନେ ତାଙ୍କର ଦାୟିତ୍ଵ ଠିକ ଭାବରେ ତୁଲାଉଛନ୍ତି ନା ନାହିଁ ତାକୁ ଅନୁଧ୍ୟାନ କିମ୍ବା ତଦନ୍ତ କରାଯାଉ ନଥିବା ରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ରାଜ୍ୟ ତଥା ଦେଶ ବିଦେଶର ଅନେକ ପର୍ୟ୍ୟଟକ ଦେଇ ଯାଉଛନ୍ତି, ଏଠାରେ ରହୁଛନ୍ତି ଭ୍ରମଣ ପାଇଁ। ଏମିତି ଆବର୍ଜନା ମୟ ପରିବେଶ ତାଙ୍କ ମନରେ ଏହି ଅଞ୍ଚଳ ପ୍ରତି ଘୃଣା ଭାବ ସୃଷ୍ଟି କରୁଛି। ସ୍ବଚ୍ଛତା ପାଇଁ ଲୋକଙ୍କୁ ଭିନ୍ନ ଭିନ୍ନ ଆବର୍ଜନା ସଂଗ୍ରହ ପାଇଁ ଦୁଇ ରୁ ତିନିଟି ଡଷ୍ଟବିନ ଦିଆଯାଇଛି,ମଇଳା ସଂଗ୍ରହ ଗାଡ଼ି ର ବ୍ୟବସ୍ଥା କରାଯାଇଛି , ଝାଡୁଦାର ରଖାଯାଇଛି। ବହୁତ୍ ପରିମାଣର ଅର୍ଥରାଶି ଖର୍ଚ୍ଚ କରାଯାଉଛି ପରିମଳ ପାଇଁ ସହରକୁ ପଲିଥିନ ମୁକ୍ତ, ଆବର୍ଜନା ମୁକ୍ତ ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ବେନର, ହୋଡ଼ିଂ ଆଦି ଦିଆଯାଉଛି। କିନ୍ତୁ ସହର ର ଅବସ୍ଥା ଆଜିବି ସୁଧୁରିପକ୍ଷରୁନି । କାଗଜ କଲମରେ ସବୁ ଠିକ୍ ଚାଲିଛି,କିନ୍ତୁ ବାସ୍ତବ ଚିତ୍ର ବଖାଣୁଛି ଅସଲ କଥା। ତେବେ ଆଉ କେତେ ବର୍ଷ ପରେ ଅତାବିରା ଏନ୍ଏସିର ପରିମଳ ବ୍ୟବସ୍ଥା ସୁଧୁରିବା ଅପେକ୍ଷାରେ ଅଞ୍ଚଳବାସୀ।

Comments are closed.