ଅତାବିରା ଓକିଲ ସଂଘ କାର୍ଯ୍ୟାଳୟର ନବନିର୍ମାଣ ପାଇଁ ଭୂମି ପୂଜନ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଅତାବିରା ତହସିଲ ଅଫିସ ନିକଟରେ ଦୀର୍ଘ ଦିନରୁ ରହିଆସୁଥିବା ଓକିଲ ସଂଘର  ଅସ୍ଥାୟୀ କାର୍ଯ୍ୟାଳୟର ନବ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଭୂମି ପୂଜନ କରିଛନ୍ତ । ଏହି ଅବସରରେ ଓକିଲ ସଂଘର ସଭାପତି  ସୁଶାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାଧାରଣ ବୈଠକରେ  ବିଧାୟିକା ଶ୍ରୀମତୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଏନ୍.ଏ.ସି ଅଧ୍ୟକ୍ଷା ଦୀପାଞ୍ଜଳି ଭୋରାସାଗର, ଓକିଲ ସଂଘର ସଂପାଦକ ଅରବିନ୍ଦ ସୁସାରୀ ସମ୍ମାନିତ  ଅତିଥି  ରୂପେ ମଞ୍ଚାସୀନ ଥିଲେ । ଶିଳାନ୍ୟାସ କରାଯାଇଥିବା ଏହି ଓକିଲ ସଂଘର କାର୍ଯ୍ୟାଳୟରେ  ନିର୍ମାଣ କରାଯିବ ଏକ ଲାଇବ୍ରେରୀ ଗୃହ,  ଗୋଟିଏ ବିଶ୍ରାମ କକ୍ଷ ସହ  ଶୌଚାଳୟ ଏବଂ ଏକ ସଭାଗୃହ ବା କାର୍ଯ୍ୟାଳୟ।ଓକିଲ ମାନେ ଦୀର୍ଘଦିନ ଧରି ଆଜବେଷ୍ଟସ ଛାତ ବିଶିଷ୍ଟ  ଏକ ଭଙ୍ଗା ରୁଜା ଘରେ ତାଙ୍କର ସମସ୍ତ କାର୍ଯ୍ୟ, ସଭା ସମିତି ଆଦି କରି ଖରା, ବର୍ଷା ସହି ଆସିଥିଲେ ।

ଏହା ସ୍ଥାନରେ  ଉଚ୍ଚ କୋଟିର ତଥା ଉନ୍ନତମାନର  ଗୃହ ତିଆରି ପାଇଁ  ଆଜି ଭୂମି ପୂଜନ  କରାଯିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ଏଥିପାଇଁ ସେମାନେ ବିଧାୟିକାଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ରଞ୍ଜିତ ସାହୁ, ସୁଦାମ ଜାଲ, ଶମ୍ଭୁ ସେଠ୍, ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର,  ଓକିଲ ସଂଘର ଉପସଭାପତି ତ୍ରିପୁରରୀ ଚାନ୍ଦ,  ବିଜେଡି ଆଇନଜୀବୀ  ସାମୁଖ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିକାଶ ମିଶ୍ର, ବିରେନ୍ଦ୍ର ବlଙ୍କା, ରୋହିତ ମହାପାତ୍ର, ବଲ୍ଲଭ ଭୋଇ ତଥା ଅତାବିରାର ସମସ୍ତ ଆଇନଜୀବୀ, ସମସ୍ତ କାଉନସିଲର,ବିଜେଡି କର୍ମୀ ସକ୍ରିୟ ସହଯୋଗ କରିଥିବା ବେଳେ ସମ୍ପାଦକ ଶ୍ରୀ ସୁସାରି ଧନ୍ୟବାଦ୍ ଅର୍ପଣ କରିଥିଲେ ।

 

Comments are closed.