ଲେଖିକା ପରିଷଦ ତରଫରୁ ସାହିତ୍ୟ ଆଲୋଚନା

ରେଙ୍ଗାଲିକ୍ୟାମ୍ପ: ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ସମସ୍ତେ ଘରେ ରହି ନିଜକୁ ଗୃହବନ୍ଦି ପରି ମନେ କରୁଥିବା ବେଳେ ବରଗଡ଼ ଜିଲ୍ଲା ଲେଖିକା ପରିଷଦ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ସପ୍ତାହରେ ଗୋଟିଏ ଦିନ ସାହିତ୍ୟ ଆଲୋଚନା କରି ମହିଳାମାନଙ୍କର ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଇଛି। ଏହି ଅବସରରେ ସୋମବାର ଅପରାହ୍ନରେ ଲେଖିକା ପରିଷଦର ଏକ ଆଲୋଚନା ଚକ୍ର ଗୁଗୁଲ ମିଟ ଜରିଆରେ ହୋଇଥିଲା।

ଏଥିରେ ଆଧ୍ୟାତ୍ମିକ ସାହିତ୍ୟରେ ‘ବୀର ରସ’ ଉପରେ ଆଲୋଚନା ହୋଇଥିଲା। ସାହିତ୍ୟିକ| ଅନୁସୟା ଦେବତା (ଅତାବିରା), ଆଡ଼ଭୋକେଟ ଜୟଶ୍ରୀ ମହାପାତ୍ର ଏବଂ ଗଙ୍ଗାଧର ମେହେର କଲେଜର ଛାତ୍ରୀ ଜୟଶ୍ରୀ ବାରିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଭାପତି କବିତା ରଥ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କରିଥିଲେ। ୨୫ ଜଣରୁ ଉର୍ଦ୍ଧ୍ବ ମହିଳା ଏଥିରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ବିକାଶ ସ୍କୁଲର ଶିକ୍ଷୟିତ୍ରୀ କଲ୍ୟାଣୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.