ଚାଚା ଭତିଜା ଢାବା ପଛରେ ଜୁଆଖେଳ – ୩ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଥିବା ସୂଚନା ଦେଲା ପୁଲିସ

ରେଙ୍ଗାଲି – ଠେଲକୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ଅଞ୍ଚଳ ରେ ଥିବା ଚାଚା ଭତିଜା ଢାବା ପଛପଟେ ଥିବା ନିର୍ମଳ ବେହେରା ଙ୍କ ଏକ ଘର ଭିତରେ ଜୁଆ ଖେଳ । ଏହି ଜୁଆ ଆଡ୍ଡା ଚାଲିଥିବା ର ସୂଚନା ପାଇ ପୁଳିସ ଚଢଉ କରି ୧୨ ଜଣ ଜୁଆଡି ଙ୍କୁ ଗିରଫ କରିଛି ।

ଜୁଆଡିମାନଙ୍କ ଠାରୁ ୩ଲକ୍ଷ ୫୯ହଜାର ୨ଶହ୨୦ ଟଙ୍କା, ୨ ସେଟ୍ ତାସ୍ ସେଟ୍‌, ୮୯୩ ଟି ରାଉଣ୍ଡ ପ୍ଲେଇଂ ଚିପ୍ସ । ୫ଟି ୪ଚକିଆ ଯାନ ଜବତ କରିଛି ।

ଗିରଫ ହୋଇ ଥିବା୧୨ ଜଣ ଜୁଆଡି ଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଠେଲକୋଲୋଇ ଆଇଆଇସି ବିଧୁଭୁଷଣ ମିଶ୍ର କହିଛନ୍ତି। କୋର୍ଟଚାଲାଣ କରାଯାଇଥିବା ଅଭିଯୁକ୍ତ ମାନେ ହେଲେ ଲପଙ୍ଗା ର ନିର୍ମଳ ବେହେରା(୪୦)ଝାରସୁଗୁଡ଼ା ପୁରୁଣାବସ୍ତି ର ମିଳନ ସୋନକର(୩୬) ଜୟନ୍ତ ସିଂହ(୪୦) ଏବଂ ଦୀପକ ସାହୁ(୪୫)। ଝାରସୁଗୁଡା ମାରୱାଡି ପଡା ର ସତ୍ୟପ୍ରକାଶ କେଡିଆ(୪୦) ଲହଣ୍ଡାବୁଡ ବିପିନ ପସାୟତ(୪୯) ବୁଢ଼ାରଜା, ସମ୍ବଲପୁର ର ସନ୍ଦିପ ପଟ୍ଟନାୟକ ଓରଫ୍ ବୁକନ୍(୫୦), ରେଙ୍ଗାଲି ର ସନ୍ତୋଷ ବର୍ମା(୩୯),ବ୍ରଜରାଜନଗର ଆର୍.କଂଟାପାଲି ର ସରୋଜ କୁମାର ସାହୁ(୩୫)। ବୁର୍ଲା ର କୁନାଲ୍ ମଜୁମଦାର (୩୦) ରାଜଗାଙ୍ଗପୁର ର ସ୍ବକ୍ରିତ୍ ସିଂହ(୨୪) ଏବଂ ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲ ର ଶୁଭେନ୍ଦୁ ଶେଖର ମହାପାତ୍ର (୪୫)।

Comments are closed.