ଗୁମକାରମା ଗ୍ରାମ ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ରେଙ୍ଗାଲି: ଠେଲକୋଲୋଇ ଥାନା ଅନ୍ତର୍ଗତ ଗୁମକାରମା ଗ୍ରାମ ପୋଖରୀରୁ ପୁଲିସ ଆଜି ଅପରାହ୍ନରେ ଏକ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରିଛି। ପୋଖରୀରେ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖି ସ୍ଥାନିତ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ଏ ସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏକ ମାମଲା ଋଜୁ କରାଯାଇଛି।

Comments are closed.