ରେଙ୍ଗାଲି ତହସିଲ ପରିସର ଜଳାର୍ଣବ

ରେଙ୍ଗାଲି: ରାଜସ୍ୱ ଆଦାୟରେ ରାଜ୍ୟରେ ସର୍ବଦା ରେକର୍ଡ ସୃଷ୍ଟି କରୁଥିବା ରେଙ୍ଗାଲି ତହସିଲ ଅଫିସ ପରିସର ଗତ ଦୁଇ ଦିନର ବର୍ଷାରେ ଜଳାର୍ଣବ ହୋଇଥିବାର ଦେଖିବାକୁ ମିଳୁଛି। ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏଭଳି ଜଳାର୍ଣବ ସମସ୍ୟା ଦେଖା ଦେଇଥାଏ। ଶିଳ୍ପ କରିଡର ବୋଲାଉଥିବା ରେଙ୍ଗାଲିରେ ଥିବା ତହସିଲ ଅଫିସ ପରିସରରେ ପ୍ରତି ବର୍ଷ ବର୍ଷା ସମୟରେ ଦେଖା ଦେଉଥିବା ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଆଉ କେତେ ବର୍ଷ ପରେ ଜଳାର୍ଣବ ସମସ୍ୟାର ସମାଧାନ ହେବ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି।

Comments are closed.