ଆଶାକର୍ମୀଙ୍କୁ ଅକ୍ସିମିଟର, ମାସ୍କ୍ ଏବଂ ସାନିଟାଇଜର୍ ବାଣ୍ଟିଲେ ରେଙ୍ଗାଲି ବିଧାୟକ

ରେଙ୍ଗାଲି: ରେଙ୍ଗାଲି ବିଧାୟକ ନାଉରି ନାଏକ ଆଜି ରେଙ୍ଗାଲି ଡାକ୍ତରଖାନା ଏବଂ ଲଇଡା ଡାକ୍ତରଖାନାରେ ଆୟୋଜିତ କାର୍ଯ୍ୟକ୍ରମରେ ୯୦ ଜଣ ଅଶାକର୍ମୀଙ୍କୁ କରୋନାର ମୁକାବିଲା ପାଇଁ ଅକ୍ସିମିଟର,ଏନ୍ -୯୫ ମାସ୍କ୍ ଏବଂ ସାନିଟାଇଜରଦ୍ୱଣ୍ଟନ କରିଛନ୍ତି। ପ୍ରଥମେ ରେଙ୍ଗାଲି ଡାକ୍ତରଖନା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାଏକ ଯୋଗଦେଇଥିଲେ ଏବଂ ୬୦ ଜଣ ଆଶାକର୍ମୀଙ୍କୁ ଅକ୍ସିମିଟର ମାସ୍କ୍ ଏବଂ ସାନିଟାଇଜର୍ ବଣ୍ଟନ କରିଥିଲେ।
ଏହି ଅବସରରେ ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲ୍ଲାପରିଷଦ ସଭ୍ୟ ତିରୋଜ ହେଡେଞ୍ଜା, ସାସଂଦ ପ୍ରତିନିଧି ଯୁଗଳକିଶୋର ଅଗ୍ରଓାଲା, ରେଙ୍ଗାଲି ଡାକ୍ତରଖାନା ଡା. ଲିପ୍ସିତା, ଫର୍ମାସିଷ୍ଟ ସୁରେନ୍ଦ୍ରମୋହନ ବେହେରା, ବିଶିକଜେଶନ ପଣ୍ଡା, ନବୀନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇନଚାର୍ଜ ଡାକ୍ତର ଅଶିଷ ମାଝିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାଏକ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲା ପରିଷଦ ସଭ୍ୟା ଉତ୍ପଲା ଧୁରୁଆ ଯୋଗ ଦେଇ ୩୦ ଜଣ ଅଶାକର୍ମୀଙ୍କୁ ଅକ୍ସି ମିଟର, ମାସ୍କ ଏବଂ ସାନିଟାଇଜର୍ ବଣ୍ଟନ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ବିଜେପି ଲଇଡା ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଟି, ପୂର୍ବତନ ସଭାପତି ଜୟ ନାରାୟଣ ନାଏକ, ଡିଲେଶ୍ୱରଣା, ସନ୍ତୋଷ ଶର୍ମା, ସେବକ ରୋହିଦାସ, ଅଶୋକ ରୋହିଦାସ ପ୍ରମୁଖ ଦଳିୟ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ। ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରଯାଇ ଥିବାରୁ ଏଥିରେ ସମସ୍ତେ ସାମିଲ ହୋଇ ଟିକା ନେଇ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ। ବୈଜ୍ଞାନିକ ଏବଂ ବିଶେଷଜ୍ଞ ମନେ ସେପ୍ଟେମ୍ବର/ ଅକ୍ଟୋବର ମାସରେ କରୋନାର ତୃତୀୟ ଲହର ଆସିବ ବୋଲି ଚେତାବନୀ ଦେଲେଣି। ଏହି ପରିପ୍ରେକ୍ଷୀରେ ଏହାପୂର୍ବରୁ ସମସ୍ତେ କୋଭିଡ୍ ଟିକା ନେଇ ସୁରକ୍ଷିତ ରହିବା ନିତାନ୍ତ ଜରୁରୀ ହୋଇ ପଡିଛି। ଟିକା କରଣ ଅଭିଯାନକୁ ସଫଳ କରିବା ଦିଗରେ ସମସ୍ତେ ସହଯୋଗ କରିବାକୁ ବିଧାୟକ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ।

Comments are closed.