ବକେୟା ଦରମା ଦାବୀରେ ଠିକା ସଂସ୍ଥା କର୍ମଚାରୀଙ୍କ ଧାରଣା

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ର ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍‍.ଏଲ୍‍.ସି କମ୍ପାନୀର କୋଇଲା ଖଣି ପରିଚାଳନା କରୁଥିବା ଅଦାନୀ କମ୍ପାନୀ ଅଧିନରେ ଥିବା କେଜ୍ରିଓାଲ୍‍ ନାମକ ଠିକା ସଂସ୍ଥାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ଦିନ ଦରମା ଦେବା କଥା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଦରମା ଦେଇ ନଥିବାରୁ ଅସନ୍ତୁଷ୍ଟ କର୍ମଚାରୀ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର ଆହ୍ୱାନ କ୍ରମେ ଦରମା ଦାବୀ କରି ଏନ୍‍.ଏଲ୍‍.ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବା ପ୍ରକାଶ।

Comments are closed.