କରୋନା ଭୟ ; ଅନ୍ ଲାଇନ୍ ପରୀକ୍ଷା ଦାବିରେ ଧାରଣା ଦେଲେ ପଲିଟେକ୍ନିକ୍ ଛାତ୍ରଛାତ୍ରୀ

ରେଙ୍ଗାଲି: ଝାରସୁଗୁଡା ରେଙ୍ଗାଲି ସ୍ଥିତ ସରାକାରୀ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଭୟ ଘାରିଛି। ଆସନ୍ତାକାଲି ଠାରୁ ହେବାକୁ ଥିବା ପରୀକ୍ଷା ଅଫ୍ ଲାଇନ୍‌ ପରୀକ୍ଷା ପରିବର୍ତ୍ତେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଯିବା ଦାବିରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ପଲିଟେକ୍ନିକ୍‌ର ଅଧ୍ୟକ୍ଷ ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପାଇଁ ଆସିଥିଲେ। ଛାତ୍ରଛାତ୍ରୀମାନେ ଅନ୍ ଲାଇନ୍ ପରୀକ୍ଷା ଦାବିରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ଦେଇଥିବା ଦାବୀପତ୍ରକୁ ରାଜ୍ୟ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ଅବଗତି ତଥା ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପଠାଇ ଦିଆଯାଇଛି ବୋଲି ପଲିଟେକ୍ନିକ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକ ମାନେ ବୁଝାସୁଝା କଲା ପରେ ସନ୍ଧ୍ୟା ରେ ଧାରଣା ପ୍ରତ୍ୟାହର ହୋଇଥିବାର ଜଣାପଡିଛି।

Comments are closed.