ଧରାପୃଷ୍ଠରେ ଅବତରଣ କଲେ ଜଗତ୍‍ ଜନନୀ ମା’ ଦୁର୍ଗା

ରେଙ୍ଗାଲି: ଶାରଦୀୟ ପାର୍ବଣ ଋତୁରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇ ଶକ୍ତି ସ୍ୱରୂପିଣୀ ଜଗତ୍‍ ଜନନୀ ମୃଣ୍ମୟୀ ଦେବୀ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଛନ୍ତି। ରେଙ୍ଗାଲି ବ୍ଲକ ସଦର ମହକୁମା ସମେତ ଏହାର ବିଭିନ୍ନ ପୁରପଲ୍ଲୀ ମା ଦୁର୍ଗାଙ୍କ ପୂଜା ଆରାଧନା ରେ ଉତ୍ସବ ମୁଖର ହୋଇ ଉଠିଛି। ଦେବୀଙ୍କ ପୂଜା, ହୋମ, ଚଣ୍ଡିପାଠ ମନ୍ତ୍ର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଛି। ରେଙ୍ଗାଲି ବସ୍‍ ଷ୍ଟାଣ୍ଡ୍‍ ରାମଚନ୍ଦ୍ର ନଗର, ଠେଲକୋଲୋଇ, କତରବଗା, ମାନିକମୁଣ୍ଡା, ରଙ୍ଗଟିକ୍ରା ଆଦି ଗ୍ରାମରେ ମୃଣ୍ମୟୀ ଦେବୀ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ମଣ୍ଡପରେ ବିରାଜିତ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇ ପୂଜା ମଣ୍ଡପରେ କଳସ ସ୍ଥାପନ ବିଧି ସମ୍ମନ୍ନ ହୋଇଛି। କଳସ ଯାତ୍ରା ପରେ ଶାକ୍ତ ପରମ୍ପରା ଅନୁସାରେ ନବପତ୍ରିକା ପ୍ରବେଶ, ମହାସପ୍ତମୀ ପୂଜା, ମଣ୍ଡଳ ପୂଜା ଏବଂ ଭାଇଜିଉଁନ୍ତିଆ ପୂଜା ବ୍ରତ ଆଜି ସମ୍ପନ୍ନ ହୋଇଛି। ମୃଣ୍ମୟୀ ଦେବୀଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିବାକୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଲାଗିଥିବାର ଦେଖିବାକୁ ମିଳିଛି। ଦୁର୍ଗା ପୂଜା ଅବସରରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ର ବ୍ୟବସ୍ଥା କରାଯାଇଛି।

Comments are closed.