ବିକାଶ ମେହେର ଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ହୋଟେଲ ହାଇେଓର ସଭାକକ୍ଷ ରେ ଆଜି ବିକାଶ ମେହେର ଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇ ଗ୍ରାମର ଗୋପିରାମ ମେହେରଙ୍କ ଦ୍ୱାରା ତାଙ୍କ ବାପା ଶଙ୍କର ମେହେର ଏବଂ ନୁରା ମେହେରଙ୍କ ସ୍ମୃତିରେ ଉତ୍ତରାଞ୍ଚଳ କୁଲିସ୍‍ ମେହେର ସମାଜର କୃତୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିକାଶ ମେହେର ଛାତ୍ରବୃତ୍ତି ପ୍ରଦାନ ୨୦୨୧ ମସିହାରୁ ଆରମ୍ଭ କରାଯାଇଛି। ଚଳିତ ମାଟ୍ରିକ୍‍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଜ୍ଞା ପରିମିତା ମେହେରଙ୍କୁ ମାନପତ୍ର ସହ ୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ସଂସ୍ଥାର ଅଧ୍ୟକ୍ଷ ବିକାଶ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉତ୍ତରାଞ୍ଚଳ କୁଲିସ୍‍ ମେହେର ସମାଜର ସଭାପତି ଲକ୍ଷ୍ମୀନାରାୟଣ ମେହେର, ସମ୍ପାଦକ ପରମେଶ୍ୱର ମେହେର, ଉପ-ସଭାପତି କ୍ଷମାଶୀଳ ମେହେର ମାଁ କରମସାନିଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା କରିଥିଲେ।

ସତ୍ୟନାରାୟଣ ଭାଇ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରବୃତ୍ତି ଅନୁଷ୍ଠାନର ସଂସ୍ଥାପକ ଗୋପିରାମ ମେହେର ଛାତ୍ରବୃତ୍ତି ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଚେକ୍‍ ପ୍ରଦାନ କରି ଆସନ୍ତ ବର୍ଷ ଠାରୁ ବୃତ୍ତିର ପରିମାଣ ୫ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ କୁଲିସ୍‍ ସମାଜର ୨୬ ଖଣ୍ଡ ମୌଜାର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ସଦସ୍ୟ ଯୋଗ ଦେଇଥିଲେ।

Comments are closed.